ନୂଆଦିଲ୍ଲୀ: ମୋଦୀ ସରକାର ୩.୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଆସନ୍ତା ଜାଣିବା ବଜେଟରେ କଣ କଣ ଶସ୍ତା ହୋଇଛି । ଚଳିତ ବଜେଟରେ ଚିକିତ୍ସା କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଇଛି । ମେଡ଼ିକାଲ ଉପକରଣ ଶସ୍ତା ହେବା ସହିତ ୩୬ଟି ଔଷଧର ସୀମା ଶୁଳ୍କ ହ୍ରାସ ପାଇଛି । ୬ ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହୋଇଛି। ଯେଉଁଥିରେ କ୍ୟାନସର ଭଳି ମେଡ଼ିସିନ୍ ସାମିଲ ରହିଛି । ସେହିପରି ବୈଦ୍ୟୁତିକ ଉପକରଣ ଯଥା ମୋବାଇଲ୍, ବ୍ୟାଟେରୀ, ଏଲଇଡ଼ି ଓ ଏଲସିଡି ଟିଭି, ଲିଥିୟମ ବ୍ୟାଟେରୀ ମଧ୍ୟ ଶସ୍ତା ହୋଇଛି । ଇଭି ଗାଡ଼ିର ବ୍ୟାଟେରୀ କର ହ୍ରାସ କରାଯାଇଛି । ସେହିପରି ଚମଡ଼ାରେ ନିର୍ମିତ ସାମଗ୍ରୀ ମଧ୍ୟ ଶସ୍ତା ହୋଇଛି । ବ୍ୟାଟେରୀ କାର୍ ମଧ୍ୟ ଶସ୍ତା ହୋଇଛି । ସେହିପରି ଖାଉଟିଙ୍କ ପାଇଁ ଚିଙ୍ଗୁଡ଼ି ମାଛ ମଧ୍ୟ ଶସ୍ତା ହୋଇଛି । ଟେଲିକମ୍ ଉପକରଣ ଉପରେ BCD ହ୍ରାସ କରାଯାଇଛି । ୮୨ ଟି ଜିନିଷରୁ ସେସ୍ ହଟାଇ ଦିଆଯାଇଛି ।