ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ନୂଆ ରୂପ ଦେଇଛନ୍ତି । ଏହାରି ଆଧାରରେ ଲାଭାର୍ଥୀଙ୍କୁ ବ୍ୟାଙ୍କ ଓ ୟୁପିଆଇ ସହ ଜଡିତ କ୍ରେଡିଟ୍ କାର୍ଡ ଦିଆଯିବ । ଏହି କାର୍ଡ ଜରିଆରେ ଲୋନ ସୁବିଧା ମିଳିବ । ଏହି ଲୋନ ମିଳିବାର ସୀମା ୩୦ ହଜାର ଟଙ୍କା ରହିବ । ପିଏମ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମ ନିର୍ଭର ନିଧି ଆଧାରରେ ଛୋଟ ଛୋଟ ଉଠା ଦୋକାନୀଙ୍କୁ କମ ସୁଧରେ ଲୋନ ମିଳିବାରେ ଏହା ବିଶେଷ ସହାୟକ ହେବ ।
ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ୬୮ ଲକ୍ଷରୁ ଅଧିକ ଭେଣ୍ଡର ଦୋକାନୀଙ୍କୁ ଲାଭ ମିଳିଛି । ଏହି ସଫଳତା ଆଧାରରେ ଏହି ଯୋଜନାକୁ ନୂତନ ରୂପ ଦିଆଯାଉଛି । ବ୍ୟାଙ୍କ ଓ ୟୁପିଆଇ ସଂପର୍କିତ କ୍ରେଡିଟ୍ କାର୍ଡରୁ ଲୋନର ସୀମା ବଢା ଯାଇ ୩୦ ହଜାର ଟଙ୍କା କରାଯାଇଛି ।
ସୂଚନାଯୋଗ୍ୟ, ଆବାସ ଓ ସହରାଞ୍ଚଳ କାର୍ଯ୍ୟ ମନ୍ତ୍ରଣାଳୟ ୨୦୨୦ ଜୁନରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମ ନିର୍ଭର ନିଧି ଯୋଜନାର ଆରମ୍ଭ କରିଥିଲେ । ଯୋଜନାର ଉଦ୍ଦେଶ୍ୟ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ କୋଭିଡ୍ ମହାମାରୀର ଦୟନୀୟ ଭାବେ ପ୍ରଭାବିତ ଦୋକାନୀଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରାଯିବ ।
ଏକ ବର୍ଷର ଅବଧି ପାଇଁ ବିନା କୌଣସି ଗ୍ୟାରେଣ୍ଟିରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣର ସୁବିଧା ମିଳିଥାଏ । ଠିକ ସମୟରେ ଏହି ଲୋନ ପରିଶୋଧ କଲେ ୨୦ ହଜାର ଟଙ୍କାର ଲୋନ ଓ ୫୦ ହଜାର ଟଙ୍କାର ଲୋନର କିସ୍ତି ସୁବିଧା ମିଳିଥାଏ । ପ୍ରତି ବର୍ଷ ୭ ପ୍ରତିଶତ ସୁଧ ହାରରେ ସବସିଡି ମାଧ୍ୟମରେ ନିୟମିତ ରି-ପେମେଣ୍ଟ ଓ ପ୍ରତିବର୍ଷ ୧୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ସୁବିଧା ମିଳିବ ।