ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆଜି ପୂର୍ବାହ୍ନ ୧୧ଟାରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି। ସେ କ୍ରମାଗତ ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାରଙ୍କର ବଜେଟ ଉପସ୍ଥାପନ କରୁଛନ୍ତି। ସେ ଏଥର ଧଳା ଶାଢ଼ି ପିନ୍ଧି ବଜେଟ୍ ଉପସ୍ଥାପନ କରୁଛନ୍ତି। ପୂର୍ବରୁ ମଧ୍ୟ ସେ ଧଳା ଶାଢ଼ି ପିନ୍ଧି ବଜେଟ୍ ଉପସ୍ଥାପନ କରିଛନ୍ତି।
ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ଦୁଲାରୀ ଦେବୀ ହେଉଛନ୍ତି ଜଣେ ଜଣାଶୁଣା ନାମ। ସେ ବିହାରର ମଧୁବନୀ ଅଞ୍ଚଳର ଜଣେ ପ୍ରତିଭାବାନ କଳାକାର। ସେ ନିର୍ମଳା ସୀତାରମଣଙ୍କୁ ଏହି ଶାଢି ୨୦୨୧ରେ ଉପହାର ଦେଇଥିଲେ। ସେ ବଜେଟ ଦିନ ଏହି ଶାଢ଼ି ପିନ୍ଧିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବର୍ଷ ବର୍ଷ ଧରି ସୀତାରାମଣ ବଜେଟ ଦିବସରେ ସର୍ବଦା ହାତବୁଣା ଶାଢ଼ି ପିନ୍ଧୁଛନ୍ତି। ସେ ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ କପଡ଼ା ଐତିହ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ ବେଳେ ପ୍ରତିଥର ସ୍ବତନ୍ତ୍ର ଶାଢିରେ ନଜର ଆସିଥାନ୍ତି। ଚଳିତ ବଜେଟ ପାଇଁ ସେ ଧଳା ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଛନ୍ତି। ଶାଢିର ବର୍ଡରରେ ସୁନେଲି କାରୁକାର୍ଯ୍ୟ ହୋଇଛି। ଶାଢି ଚୟନରେ ହସ୍ତତନ୍ତ ପ୍ରତି ତାଙ୍କର ପ୍ରେମକୁ ସେ ପ୍ରଦର୍ଶନ କରିଛନ୍ତି।
୨୦୧୯ ମସିହାରେ ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ ଅଧିବେଶନରେ ସୀତାରାମଣ ଏକ ଗୋଲାପୀ ମଙ୍ଗଳଗିରି ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ସୁନେଲି ବର୍ଡର ଥିଲା। ୨୦୨୦ ବଜେଟ ପାଇଁ ଏକ ହଳଦିଆ ରେଶମ ଶାଢ଼ି ପିନ୍ଧିଥିଲେ। ହିନ୍ଦୁ ସଂସ୍କୃତିରେ ହଳଦିଆ ରଙ୍ଗକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହା ଆଶା ଏବଂ ସମୃଦ୍ଧିର ପ୍ରତୀକ।
ସେହିପରି ୨୦୨୧ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ, ସୀତାରମଣ ଏକ ପୋଚମ୍ପାପଲ୍ଲୀ ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ରଙ୍ଗ ଲାଲ ଏବଂ ଧଳା ଥିଲା। ଶାଢ଼ି ମାଧ୍ୟମରେ, ସେ ସ୍ଥାନୀୟ କାରିଗର ଏବଂ ଭାରତୀୟ ବୁଣାକାର ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ଥନ ଦେଖାଇଛନ୍ତି। ୨୦୨୨ରେ ଏକ ବୋମକାଇ ପାଟ ଶାଢ଼ି ପିନ୍ଧିଥିଲେ ଯାହା ଆଞ୍ଚଳିକ ହସ୍ତଶିଳ୍ପ ଏବଂ କଳାକୁ ପ୍ରୋତ୍ସାହିତ କରିଥିଲା। ଏହା ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରତିନିଧିତ୍ୱ କରେ।
୨୦୨୩ରେ ବଜେଟ ଉପସ୍ଥାପନ କରିବା ସମୟରେ ସିତାରାମଣ ଏକ ଲାଲ ରେଶମ ଶାଢ଼ି ପିନ୍ଧିଥିଲେ। ଏହା କର୍ନାଟକର ଧାରୱାଡ ଅଞ୍ଚଳର କସୁତି ଏମ୍ବ୍ରୋଡୋରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଥିଲା।
Finance minister Nirmala Sitharaman with white saree during budget