ନୂଆଦିଲ୍ଲୀ: ଦେଶର ଜୀବନରେଖା କୁହାଯାଉଥିବା ଭାରତୀୟ ରେଳ ବିଭାଗ ପାଇଁ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ିରୁ ୨,୫୫,୪୪୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଏଥି ମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ୱ ଏବଂ ୨,୫୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ବଜେଟରେ ପେନସନ ପାଣ୍ଠିରେ ୬୬ ହଜାର କୋଟି ଟଙ୍କା ରଖାଯାଇଛି । ସେହିପରି ନୂତନ ରେଳ ଲାଇନ ପାଇଁ ୩୨,୨୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଲାଇନଗୁଡ଼ିକୁ ଦୋହରୀକରଣ ପାଇଁ ୩୨,୦୦୦ କୋଟି ଟଙ୍କା ଏବଂ ସେଗୁଡ଼ିକୁ ଗଜ୍ ଲାଇନରେ (ରେଳ ଧାରଣା ମଧ୍ୟରେ ବ୍ୟବଧାନ) ପରିବର୍ତ୍ତନ କରିବା ପାଇଁ ୪,୫୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ଅନ୍ୟପକ୍ଷରେ ସିଗନାଲିଂ ଏବଂ ଟେଲିକମ୍ ପାଇଁ ୬,୮୦୦ କୋଟି ଟଙ୍କା, ବିଦ୍ୟୁତ୍ ଲାଇନ ପାଇଁ ୬,୧୫୦ କୋଟି ଟଙ୍କା, ରେଳ କର୍ମଚାରୀଙ୍କ ପାଇଁ ୮୩୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରେଳ କର୍ମଚାରୀଙ୍କ ତାଲିମ ପାଇଁ ୩୦୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ୪୫ ହଜାର କୋଟି ଟଙ୍କା ରେଳ ସୁରକ୍ଷା ପାଣ୍ଠିକୁ ସ୍ଥାନାନ୍ତର କରାଯିବ । ସେହିପରି ବଜେଟ୍ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ନ୍ୟାସନାଲ ହାଇ ସ୍ପିଡ୍ ରେଲ୍ କର୍ପୋରେସ୍ ଲିମିଟେଡ୍ କୁ ୨୧, ୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ପୂର୍ବରୁ ରେଳ ପାଇଁ ବଜେଟରେ ସ୍ୱତନ୍ତ୍ରଭାବେ ଭାଷଣ ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ୨୦୧୬ ଠାରୁ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଆସୁଛି ।