ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନାଲି ରଂଗର ବାକ୍ସ ଖୋଲିଛନ୍ତି। ସେ ଆଜି ଦେଶର ଆଗାମୀ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏଥିରେ କିଛି ବିଶେଷ ଘୋଷଣା ହେବାର ସମ୍ଭାବନା ରହିଛି। ଉଭୟ ସାଧାରଣ ଜନତା ଓ କର୍ପୋରେଟ୍ ଜଗତ ଏହି ବଜେଟକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏଥର ମୁଦ୍ରାସ୍ଫୀତି ଓ ଟିକସକୁ ନେଇ ସରକାର ଲୋକଙ୍କ ପାଇଁ ଅନେକ ବଡ଼ ଆଶ୍ୱସ୍ତି ଘୋଷଣା କରିପାରନ୍ତି ବୋଲି ଜଣାପଡିଛି। ସବୁଠାରୁ ବଡ ଉପହାର ଟିକସ ଛାଡ଼ ଆକାରରେ ମିଳିବ ବୋଲି ଆଶା କରାଯାଉଛି।
ବଜେଟ୍ ଉପସ୍ଥାପନ ପୂର୍ବରୁ ସଂସଦ ଭବନରେ କ୍ୟାବିନେଟ୍ ବୈଠକ ହୋଇଥିଲା। ବଜେଟ୍ ଉପସ୍ଥାପନ ପୂର୍ବରୁ ଏହି କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବଜେଟ୍ ସାଧାରଣ ଲୋକଙ୍କ ପାଇଁ। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ପାଇଁ ଏହା ଏକ ବଜେଟ୍ ହେବ।
ଏଠାରେ ପଢନ୍ତୁ ବଜେଟ୍ ସହ ଜଡିତ ସମସ୍ତ ସଦ୍ୟତମ ଅପଡେଟ୍...