ଦେଶବାସୀଙ୍କୁ ବଡ ଉପହାର, ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯୋଡିବାକୁ ୮ ଟି ଟ୍ରେନର ଶୁଭାରମ୍ଭ କଲେ ମୋଦୀ
Khabar Odisha:flag-off-8-trains-to-boost-connectivity-to-statue-of-unity-by-Modi
ଭୁବନେଶ୍ୱର, ଜାନୁଆରୀ 17 (ଖବର ଓଡିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି  । ଗୁଜୁରାଟର କେଓ୍ୱାଡିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ପର୍ଯ୍ୟଟକଙ୍କ ଯାତ୍ରା ସୁବିଧା ହୋଇଛି  । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ୮ ଟି ଟ୍ରେନ୍ ଶୁଭାରମ୍ଭ କରିଛନ୍ତି   

ଗୁଜରାଟର ନର୍ମଦା ନଦୀ କୂଳରେ ଥିବା କେଓ୍ୱାଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଆଗାମୀ ଦିନରେ ଅଧିକ ପର୍ଯ୍ୟଟକ ଆସିବେ  । କେନ୍ଦ୍ର ସରକାର ଓ ଗୁଜରାଟ ସରକାର ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ଅନେକ ବିକାଶମୂଳକ କାମ କରୁଛନ୍ତି   ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ ୟୁନିଟିକୁ ସଂଯୋଗ କରୁଥିବା ୮ଟି ଟ୍ରେନକୁ ଶୁଭାରମ୍ଭ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଏହି ଟ୍ରେନକୁ ଯୋଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନଗୁଡ଼ିକ ଶୁଭାରମ୍ଭ କରିଛନ୍ତି ।

କେୱଡିଆ-ବାରାଣସୀ ମହାମନା ଏକ୍ସପ୍ରେସ (ସାପ୍ତାହିକ), ଦାଦର-କେଓ୍ୱାଡିଆ ଏକ୍ସପ୍ରେସ (ପ୍ରତିଦିନ), ଅହମଦାବାଦ-କେଓ୍ୱାଡିଆ ଜନଶତାବ୍ଦୀ ଏକ୍ସପ୍ରେସ (ଦୈନିକ), ନିଜାମୁଦ୍ଦୀନ-କେଓ୍ୱାଡିଆ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ (ସପ୍ତାହକୁ ୨ ଦିନ), କେଓ୍ୱାଡିଆ-ରେୱା ଏକ୍ସପ୍ରେସ (ସାପ୍ତାହିକ), ଚେନ୍ନାଇ-କେୱାଡିଆ ଏକ୍ସପ୍ରେସ (ସାପ୍ତାହିକ), ପ୍ରତାପନଗର-କେୱାଡିଆ ମେମୁ ଟ୍ରେନ (ଦୈନିକ) ଓ କେଓ୍ୱାଡିଆ-ପ୍ରତାପନଗର ମେମୁ ଟ୍ରେନ ଚାଲିବ  (ଦୈନିକ) ଶୁଭାରମ୍ଭ ହୋଇଛି  । ଏହି ଟ୍ରେନ୍ ଗୁଡିକ କେଓ୍ୱାଡିଆକୁ ବାରାଣାସୀ, ଦାଦର, ଅହମ୍ମଦାବାଦ, ହଜରତ ନିଜାମୁଦ୍ଦିନ, ରେୱା, ଚେନ୍ନାଇ ଏବଂ ପ୍ରତାପନଗର ସହିତ ସଂଯୋଗ କରିବ   

  • Tags:

Subscribe

National International State Sports Entertainment