ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ସ୍ପୋର୍ଟ ୟୁଟିଲିଟି ଭେଇକିଲ୍ ସହିତ ଏକ ଟ୍ରକ୍ ଧକ୍କା ହୋଇଚି। ଏହି ଦୁର୍ଘଟଣାରେ ତିନି ଜଣ ପିଲାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି।
ପୋଲିସ କହିଛି ଯେ ଲଖାନି ତାଲୁକାର ମାନେଗାଓଁ ଏବଂ ପିମ୍ପଲଗାଓଁ ମଧ୍ୟରେ ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏକ ବୋଲେରୋ ଏକ ଆଇଚର ଟ୍ରକ୍ ସହିତ ଧକ୍କା ଖାଇଲା। ବୋଲେରୋ ଗାଡ଼ିରେ ଥିବା ଆଠ ଜଣ- ପାଞ୍ଚ ଜଣ ବୟସ୍କ ଏବଂ ତିନି ଜଣ ପିଲା ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ସ୍ୱିଜରଲ୍ୟାଣ୍ଡରେ ପର୍ଯ୍ୟଟକ ବସ୍ ଦୁର୍ଘଟଣା