ନୂଆଦିଲ୍ଲୀ: ନିଜ ଉତ୍ପାଦକୁ ଭଲ ଦେଖାଇବାକୁ ଯାଇ ଅନ୍ୟମାନଙ୍କ ଉତ୍ପାଦକୁ ‘ଧୋକା’ କହିବା ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ତିନି ମଧ୍ୟରେ ଚ୍ୟୱନପ୍ରାସ ବିଜ୍ଞାପନକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି ।
ପତଞ୍ଜଳି ନିଜ ଚ୍ୟୱନପ୍ରାସ ବିଜ୍ଞାପନରେ ଅନ୍ୟ କମ୍ପାନୀରୁ ଚ୍ୟୱନପ୍ରାସକୁ ‘ଧୋକା’ବୋଲି କହିଥିଲା । ଯାହାକୁ ନେଇ ଦେଶର ପ୍ରତିଷ୍ଠିତ ଡାବର୍ ଇଣ୍ଡିଆ କମ୍ପାନୀ ପକ୍ଷରୁ କୋର୍ଟରେ ଅଭିଯୋଗ ଆସିଥିଲା । ଦିଲ୍ଲୀ ହାଇକୋର୍ଟ ବିଚାରପତି ତେଜସ କରିଆ ମାମଲାର ଶୁଣାଣି କରି ବିଜ୍ଞାପନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଟିଭି ଚ୍ୟାନେଲ୍, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ଓଭର୍ ଦ ଟପ୍ (ଓଟିଟି) ପ୍ଲାଟଫର୍ମ, ଇଣ୍ଟରନେଟ୍, ସହିତ ଅନ୍ୟାନ୍ୟ ପ୍ରାସରଣକାରୀ ସଂସ୍ଥାରୁ ପତଞ୍ଜଳି ବିଜ୍ଞାପନ ହଟାଇବା କିମ୍ବା ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ହେଇଛନ୍ତି କୋର୍ଟ ।
ଡାବର୍ ଇଣ୍ଡିଆ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ବିଜ୍ଞାପନରେ ବାବା ରାମଦେବ ଉପଭୋକ୍ତାମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଚ୍ୟୱନପ୍ରାସ ନାମରେ ଅନେକ ଲୋକ ଠକୁଛନ୍ତି । ଅନ୍ୟ କମ୍ପାନୀ ନିର୍ମିତ ଚ୍ୟୱନପ୍ରାସକୁ ‘ଧୋକା’ ଅଟେ ଏବଂ ପତଞ୍ଜଳି ଉତ୍ପାଦ ‘ଆୟୁର୍ବେଦର ଅସଲି ଶକ୍ତି’ ଦେବାର ଏକମାତ୍ର ଅସଲି ଚ୍ୟୱନପ୍ରାସ ବୋଲି କୁହାଯାଇଛି ।
ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଡାବର ଅଭିଯୋଗ କରିଛି ଯେ ବିଜ୍ଞାପନଟି ଜାଣିଶୁଣି ଏହାର ପ୍ରମୁଖ ଉତ୍ପାଦ ଡାବର ଚ୍ୟୱନପ୍ରାସକୁ ବଦନାମ କରୁଛି । ୧୯୪୯ ମସିହାରୁ ୬୧% ରୁ ଅଧିକ ଅଂଶଧନ ସହିତ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଡାବର ଏହା ମଧ୍ୟ ଯୁକ୍ତି ଦେଇଛି ଯେ ପତଞ୍ଜଳିର ବିଜ୍ଞାପନ ଏବଂ ବାର୍ତ୍ତା ସମଗ୍ର ଚ୍ୟୱନପ୍ରାସ ବର୍ଗର ଅପମାନ, ଆୟୁର୍ବେଦ-ଆଧାରିତ ସ୍ୱାସ୍ଥ୍ୟ ପରିପୂରକ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସକୁ ହ୍ରାସ କରୁଛି । ସମସ୍ତ ଯୁକ୍ତିକୁ ଅନୁଧ୍ୟାନ କରିବା ପରେ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିଜ୍ଞାପନଟି ସମଗ୍ର ଚ୍ୟୱନପ୍ରାସ ଉତ୍ପାଦ ବର୍ଗକୁ ବଦନାମ କରିବାକୁ ଚେଷ୍ଟା କରୁଛି।