ମୁମ୍ବାଇ : ବଲିଉଡ୍ ଜଗତରୁ ଗୋଟିଏ ପରେ ଗୋଟିଏ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି। ପ୍ରଥମେ ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଆଉ ଜଣେ ଭେଟେରାନ ଅଭିନେତା ହସ୍ପିଟାଲରେ ଭର୍ତ୍ତି ଥିବା ଖବର ଆସିଛି । ଗତକାଲି ଭେଟେରାନ୍ ଅଭିନେତା ପ୍ରେମ୍ ଚୋପ୍ରାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହାର୍ଟ୍ ସହ ଜଡ଼ିତ ସମସ୍ୟା ଓ ଭାଇରାଲ ସଂକ୍ରମଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିରତା ଆସିବାରୁ ୨ରୁ ୩ଦିନ ପରେ ତାଙ୍କୁ ଡିସଚାର୍ଜ ମିଳିଯିବ ବୋଲି ଡାକ୍ତର କହିଛନ୍ତି।
ସୂଚନା ରହିଛି କି ପ୍ରେମ ଚୋପ୍ରାଙ୍କର ସୋମବାର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ଜ୍ୱାଇଁ ବିକାଶ ଭଲ୍ଲା କହିଛନ୍ତି ଯେ, ପ୍ରେମ୍ ଙ୍କୁ ହାର୍ଟ ସମ୍ୱନ୍ଧୀୟ ସମସ୍ୟା ରହିଛି । ସେ ଭାଇରାଲ ସଂକ୍ରମଣ ଏବଂ ଫୁସଫୁସ ସଂକ୍ରମଣ ରୋଗରେ ସେ ପୀଡ଼ିତ । ଫ୍ୟାମିଲି ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିନ୍ତାର କୌଣସି ବିଷୟ ନାହିଁ। ଏବେ ସେ ପୂରା ଠିକ୍। ତାଙ୍କୁ ଦୁଇ ଦିନ ହସ୍ପିଟାଲରେ ରଖାଯାଇ ତାଙ୍କୁ ଡିସଚାର୍ଜ କରାଯିବ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ସେ ପାଖାପାଖି ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସତୁରି ଏବଂ ଅଶି ଦଶକରେ ପ୍ରେମ ଚୋପ୍ରାଙ୍କୁ ଖଳନାୟକ ଚରିତ୍ର ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ପ୍ରେମ ଚୋପ୍ରା ୧୯୬୦ ମସିହାରେ ପଞ୍ଜାବୀ ଚଳଚ୍ଚିତ୍ର "ଚୌଧରୀ କର୍ଣ୍ଣେଲ ସିଂହ" ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । "ଚୌଧରୀ କର୍ଣ୍ଣେଲ ସିଂହ" ବକ୍ସ ଅଫିସରେ ହିଟ୍ ହୋଇଥିଲା । 'ଶହୀଦ', ମନୋଜ କୁମାରଙ୍କ 'ଉପକାର' , ରାଜେଶ ଖାନାଙ୍କ 'ଦୋ ରାସ୍ତେ' ଏବଂ 'କଟି ପଟଙ୍ଗ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। କିନ୍ତୁ ପରେ ତାଙ୍କ ଖଳନାୟକ ଭୂମିକା ତାଙ୍କୁ ସଫଳତା ଓ ଲୋକପ୍ରିୟତା ଦେଇଥିଲା ।