ଶ୍ରୀନଗର: ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ପରେ ରାତାରାତି ଦକ୍ଷିଣ କାଶ୍ମୀରରେ ପୋଲିସ ୬ ସନ୍ଦିଗ୍ଧକୁ ଅଟକ ରଖିଛି । ଏଥିରେ ହମଲାର ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ଡାକ୍ତର ଉମରଙ୍କ ପରିବାରର ତିନି ଜଣ ସାମିଲ । ଅଭିଯୁକ୍ତ ଡାକ୍ତର ଉମର ଦୁଇ ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିଲା । ଆଉ ପୋଲିସ ଏମାନଙ୍କୁ ଗିରଫ କରିଛି ।
ପୋଲିସର କହିବା କଥା ଯେଉଁ ହ୍ୟୁଣ୍ଡଇ ଆଇ ଟ୍ୱେଣ୍ଟି କାରରେ ହମଲା କରାଯାଇଛି, ତାକୁ ଡ. ଉମର ହିଁ କିଣିଥିଲା । ଏହା ବ୍ୟତୀତ ସିସିଟିଭି ଫୁଟେଜରେ କାରରେ ବସିଥିବା ବ୍ୟକ୍ତିର ଚେହେରା ଉମର ସହ ମେଳ ଖାଉଛି । ଫରିଦାବାଦରେ ଡ. ମୁଜାମ୍ମିଲ ନିକଟରେ ବିପୁଳ ପରିମାଣରେ ଆରଡିଏକ୍ସ ମାମଲାର ତଦନ୍ତ ଆରମ୍ଭ ହେବା ପରଠୁ ଉମର ଗାଏବ ହୋଇ ଯାଇଥିଲା । ପୁଲୱାମାରେ ତାର ଗାଁରେ ରହୁଥିବା ପରିବାରର ତିନି ସଦସ୍ୟଙ୍କ ପୋଲିସ ଅଟକ ରଖିଛି ।
ପୋଲିସ କହିଛି ଯେ, ଫରିଦାବାଦ ମଡ୍ୟୁଲ ସହ ଜଡିତ ଜଣେ ବ୍ୟକ୍ତି କାରରେ ବସିଥିଲା । ତେବେ ଡିଏନଏ ଟେଷ୍ଟ ପରେ ହିଁ ସବୁ କିଛି ସାମ୍ନାକୁ ଆସିବ । କାଶ୍ମୀରରେ ଯେଉଁ ୬ ଜଣଙ୍କୁ ଗିରଫ କରାଯାଇଛି ସେଥିରେ ଆମିର ରଶିଦ ମୀର, ଉମର ରଶିଦ ମୀର ଓ ତାରିକ ମଲିକ ସାମଲ । ଆମର ପ୍ଲମ୍ବର, ଉମର ପାୱାର ଡେଭଲପମେଣ୍ଟ ଡିପାର୍ଟେମେଣ୍ଟରେ କାମ କରୁଛି । ତାରିକ ମଲିକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ । ଏକ ସ୍ପେଶାଲ ପୋଲିସ ଟିମ ଏମାନଙ୍କ ଯାଞ୍ଚ ଚଳାଇଛନ୍ତି ।
Also read: ଦିଲ୍ଲୀ ବିସ୍ପୋରଣ; ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ