ପାଟଣା: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ୍ ଓ ଏଜେନ୍ସି ନିଜ ଏଗଜିଟ୍ ପୋଲର ଫଳାଫଳ ଜାରି କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ସର୍ଭେ ଏଜେନ୍ସି ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭା ଆସନର କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି।
MATRIZE-IANS ଏଗଜିଟ୍ ପୋଲ ଅନୁଯାୟୀ, ବିହାରରେ NDAକୁ ୧୪୭-୧୬୭ ଆସନ ଏବଂ ମହାଗଠବନ୍ଧନକୁ ୭୦-୯୦ ଆସନ ଦିଆଯାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏକୁ ୪୮ ପ୍ରତିଶତ, ମହାଗଠବନ୍ଧନକୁ ୩୭ ପ୍ରତିଶତ ଏବଂ ଅନ୍ୟାନ୍ୟକୁ ୧୫ ପ୍ରତିଶତ ଭୋଟ ଦିଆଯାଇଛି।
ବିହାର ନିର୍ବାଚନ ପାଇଁ ଦ୍ୱିତୀୟ ଏଗଜିଟ୍ ପୋଲ ମଧ୍ୟ ପ୍ରକାଶ ପାଇଛି। CHANAKAYA STRATEGIES ଅନୁଯାୟୀ, ଏନଡିଏ ୧୩୦-୧୩୮ ଆସନ, ମହାଗଠବନ୍ଧନକୁ ୧୦୦-୧୦୮ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି।
POLSTRAT ଦ୍ୱାରା ବିହାର ନିର୍ବାଚନ ପାଇଁ ତୃତୀୟ ଏଗଜିଟ୍ ପୋଲ ପ୍ରକାଶ କରାଯାଇଛି। ଏହା ଅନୁଯାୟୀ, ଏନଡିଏ ୧୩୩-୧୪୮ ଆସନ, ମହାଗଠବନ୍ଧନକୁ ୮୭-୧୦୨ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି।
ସେହିପରି ପୁଲ୍ସ ଇନସାଇଟର ଏଗଜିଟ୍ ପୋଲରେ ମଧ୍ୟ ଏନଡିଏକୁ ୧୩୩-୧୪୮ ସିଟ୍ ମିଳିବା ଆକଳନ କରାଯାଇଛି। ମହାମେଣ୍ଟ ଖାତାରେ ୮୭-୧୦୨ ଆସନ ଜିତୁଥିବା ଦେଖିବାକୁ ମିଳୁଛି। ଜନସୁରାଜକୁ ୦-୨ ସିଟ୍ ତଥା ଅନ୍ୟାନ୍ୟ ୩-୬ ଆସନ ମିଳିବା ଅନୁମାନ କରାଯାଉଛି।
ଜେଭିସି ଏଗଜିଟ୍ ପୋଲରେ ମଧ୍ୟ ଏନଡିଏକୁ ବମ୍ପର ବହୁମତ ମିଳୁଥିବା ନଜର ଆସୁଛି। ଏଥିରେ ଏନଡିଏକୁ ୧୩୫-୧୫୦ ସିଟ୍ ମିଳିବା ଅନୁମାନ କରାଯାଉଛି। ତେବେ ମହାମେଣ୍ଟକୁ ୮୮-୧୦୩ ସିଟ୍ ମିଳୁଥିବା ଦେଖାଯାଉଛି । ଅନ୍ୟାନ୍ୟ ଖାତାରେ ୩-୬ ସିଟ୍ ଜିତିବା ଅନୁମାନ କରାଯାଉଛି। ତେବେ ଏହି କଳ୍ପନା ଜଳ୍ପନା ୧୪ ନଭେମ୍ବରରେ ସ୍ପଷ୍ଟ ହେବ ଏବଂ କିଏ କ୍ଷମତାରେ ବସିବ ତାହା ଜଣାପଡିବ।
ଅଧିକ ପଢନ୍ତୁ: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ମତଦାନ; ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ, ବଢ଼ିଲା ଭୋଟିଂ ପ୍ରତିଶତ