ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୬୦.୪୦% ମତଦାନ ହୋଇଛି। ଚଳିତ ନିର୍ବାଚନରେ ପୂର୍ବ ନିର୍ବାଚନଗୁଡ଼ିକର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। କାରଣ ପୂର୍ବ ନିର୍ବାଚନଗୁଡ଼ିକ ମଧ୍ୟରୁ ୧୯୯୮ରେ ସର୍ବାଧିକ ୬୪.୬% ମତଦାନ ହୋଇଥିଲା। ୨୦୦୦ ମସିହାରେ ୬୨.୫୭% ମତଦାନ ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ୬୫%ରୁ ଅଧିକ ମତଦାନ ହୋଇଥିବାବେଳେ ୨ୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ମଧ୍ୟରେ ୬୦% ଅତିକ୍ରମ କରିଛି। ତେଣୁ ଚଳିତ ନିର୍ବାଚନରେ ମତଦାନ ହାର ସବୁ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।
ଚୂଡ଼ାନ୍ତ ପର୍ଯ୍ୟାୟରେ ୩ କୋଟି ୭୦ ଲକ୍ଷରୁ ଅଧିକ ମତଦାତାଙ୍କ ନାମ ଭୋଟର ସୂଚୀରେ ରହିଛି। ଏହି ପର୍ଯ୍ୟାୟରେ ୧୨୨ ଆସନରେ ୧୩୦୨ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିହାରର କିଷାନଗଞ୍ଜରେ ସକାଳ ୧୧ଟା ପର୍ଯ୍ୟନ୍ତ ୩୪.୭୪% ଭୋଟରଙ୍କ ସଂଖ୍ୟା ରେକର୍ଡ କରିଛନ୍ତି। କାଇମୁର ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୯୮% ଭୋଟରଙ୍କ ସଂଖ୍ୟା ରେକର୍ଡ କରିଛି।
ବିହାର ନିର୍ବାଚନରେ ଆଜି ମତଦାନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ। ସମସ୍ତ ଭୋଟର ଉତ୍ସାହର ସହିତ ଅଂଶଗ୍ରହଣ କରିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ଭୋଟରମାନଙ୍କୁ ଏକ ନୂତନ ଭୋଟ ରେକର୍ଡ ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।
ଅଧିକ ପଢନ୍ତୁ: ନୂଆପଡ଼ା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ, ଭୋଟ ଗୋପନୀୟତା ଉଲ୍ଲଂଘନ ପାଇଁ ନିଲମ୍ବିତ