ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଭାରତ ପ୍ରସ୍ତୁତ ହେଉଛି। ୧୨୦-୧୩୦ କିଲୋମିଟର ଦୂରତା ବିଶିଷ୍ଟ ଏହି ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ଆସନ୍ତା କିଛି ମାସ ମଧ୍ୟରେ ପରୀକ୍ଷା କରିଯିବ। ପ୍ରାୟ ୯୦-୧୦୦ କିଲୋମିଟର ଦୂରତା ବିଶିଷ୍ଟ ଏୟାର-ଟୁ-ଏୟାର ଅସ୍ତ୍ର ମାର୍କ -୧ କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାରେ ଅଛି। ତେଜସ ଏବଂ ଏସୟୁ - ୩୦ ଏମକେଆଇ ଯୁଦ୍ଧ ବିମାନ ଅସ୍ତ୍ର ମାର୍କ -୧ କ୍ଷେପଣାସ୍ତ୍ର ସହିତ ସଜାଯାଇଛି। ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଆଗାମୀ କିଛି ମାସ ମଧ୍ୟରେ ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା କରିବାକୁ ଚାହୁଁଛୁ। ସେ କହିଛନ୍ତି ଯେ ଅସ୍ତ୍ର ମାର୍କ-୨ ମଧ୍ୟ ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ରପ୍ତାନି ହୋଇପାରିବ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଅସ୍ତ୍ର ମାର୍କ -୩ ର ବିକାଶ ଦିଗରେ କାମ ଜାରି ରହିଛି । ବାୟୁସେନା ଏବଂ ନୌସେନା ପାଇଁ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ଯୋଗାଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତ ଡାଇନାମିକ୍ସ ଲିମିଟେଡ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି।
ଅଧିକ ପଢନ୍ତୁ : ଆଜି ୧୭୧ ବର୍ଷରେ ପାଦ ଥାପିଛି ଭାରତୀୟ ରେଳ