ବିହାର: ୨୪ ଘଣ୍ଟାରେ ୨୪ ମୃତ, ୧୦୦ ଛୁଇଁଲା ଶିଶୁ ମୃତ୍ୟୁ ସଂଖ୍ୟା
Khabar Odisha:death-tolls-rises-up-to-100-due-to-acute-encephalitis-syndrome-in-Bihar
ବିହାର, ଜୁନ ୧୭ (ଖବର ଓଡ଼ିଶା):

ବିହାର ମୁଜାଫରପୁରରେ ପ୍ରାଣଘାତ ସାଜିଥିବା ଏକ୍ୟୁଟ ଏନସେଫଲାଇଟିସ୍ ସିଣ୍ଡ୍ରୋମ ଏବେ ଭୟଙ୍କର ରୂପ ଧାରଣ କଲାଣି । ଏହାକୁ ରୋକିବାରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପ୍ରମାଣିତ ହୋଇସାରିଛି । ଚାହୁଁ ଚାହୁଁ ବାପା ମା’ଙ୍କ ଆଖି ଆଗରେ ଚାଲି ଯାଉଛି ଛୁଆଙ୍କ ଜୀବନ । ବିଗତ ୨୪ ଘଣ୍ଟାରେ ଏହି ମାରାତ୍ମକ ଜ୍ୱରରେ ପୀଡ଼ିତ ହୋଇ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାକୁ ମିଶାଇ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଛି । ସେପଟେ ଶ୍ରୀକ୍ରୀଷ୍ଣା ମେଡ଼ିକାଲ ଓ କେଜରିୱାଲ ମୈତ୍ରୀ ସଦନ ହସ୍ପିଟାଲରେ ଆହୁରି ୧୧୫ ଜଣ ଶିଶୁଙ୍କର ଚିକିତ୍ସା ଚାଲିଛି । 

ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାରାମେଡ଼ିକାଲ ଡାକ୍ତରୀ ଟିମ୍‌ ପାଟନାରୁ ମୁଜାଫରପୁର ଗସ୍ତ କରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡ୍ୟୟ ସୂଚନା ଦେଇଛନ୍ତି । ଏବେ ସ୍ୱାସ୍ଥ୍ୟ ବିଭାଗ ବର୍ଷା ଉପରେ ଆସ୍ଥା ପ୍ରକଟ କରୁଛି । ଗରମ ଯେତେ ବଢ଼ୁଛି ସ୍ଥିତି ଆହୁରି ଗମ୍ଭୀର ହେଉଛି । ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଛି । ତେଣୁ ଏବେ ସମସ୍ତେ ବର୍ଷାକୁ ଅପେକ୍ଷା କରିଛନ୍ତି । ବର୍ଷା ହେଲେ ଏହି ରୋଗର ପ୍ରକୋପ କିଛିଟା ମାତ୍ରାରେ କମିବ । 

ରୋଗର ନୀରାକରଣ ପାଇଁ ସରକାର ଟୀକା ବ୍ୟବସ୍ଥା କରିଛନ୍ତି । ଯେଉଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଯେଉଁମାନେ ଘରେ ପୀଡ଼ିତ ଅଛନ୍ତି ଓ ଯେଉଁମାନେ ଆଉ ସମସ୍ତ ଛୋଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଯଦି ଏହାକୁ ମିଶା ଯିବ ତାହାହେଲେ ରୋଗୀ ସଂଖ୍ୟା ୨ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି ।

  • Tags:

Subscribe

National International State Sports Entertainment