ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ପାଳନ ହେବ ଇଦ୍-ଉଲ୍-ଫିତର୍ । ଏହି ଅବସରରେ ସାରା ଦେଶରେ ଶାନ୍ତି ଶୃଙ୍ଖଳାରୁ ସହିତ ଇଦ୍ ପାଳନ ଏବଂ ପ୍ରତି ଜିଲ୍ଲାରେ ଇଦ୍ ମିଳନକୁ ପହଁଚାଇବାକୁ ପ୍ରୟାସ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଏହା ସହିତ ବିଜେପି ଗରିବ, ଜରୁରୀ ଥିବା ମୁସଲମାନ ଭାଇଭଉଣୀଙ୍କୁ ସୌଗାତ୍-ଏ-ମୋଦୀ ଭେଟି ପ୍ରଦାନ କରିବ । ସାରା ଦେଶରେ ୩୨୦୦୦ ମସଜିଦରେ ବିଜେପିର ୩୨୦୦୦ ସଂଖ୍ୟା ଲଘୁ କର୍ମକର୍ତ୍ତା ଏଥିରେ ସାମିଲ ହେବେ । ୩୨ ଲକ୍ଷ ଲୋକଙ୍କୁ ଇଦ୍ ଭେଟି ପ୍ରଦାନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମାର୍ଗଦର୍ଶନରେ ଦିଲ୍ଲୀର ନିଜାମୁଦ୍ଦିନରୁ ଏହି ଅଭିଯାନ ଆରମ୍ଭ ହେବ । ଗରିବ ମୁସଲମାନ ପରିବାର ଯେପରି ବିନା କିଛି ଦ୍ୟୁଧାରେ ପର୍ବ ପାଳନ କରି ପାରିବେ ତାହା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ରହିଛି । ଇଦ୍ ଅବସରରେ ଗରିବ ମୁସଲମାନ ପରିବାରକୁ ସୌଗାତ୍-ଏ-ମୋଦୀ ଭେଟି ବଣ୍ଟନ କରାଯିବ । ଖାଦ୍ୟ, ପାନୀୟ, କପଡ଼ା, ସିମେଇ, ଖଜୁର, ଡ୍ରାଇ ଫ୍ରୁଟ୍ସ ଏବଂ ଚିନି ରହିବ । ମହିଳାଙ୍କ କିଟରେ ରହିବ ସୁଟ୍ କପଡ଼ା, ସେହିପରି ପୁରୁଷଙ୍କ କିଟରେ ରହିବ କୁର୍ତ୍ତା ଓ ପାଇଜାମା । ପ୍ରତ୍ୟୋକ କିଟ୍ ମୂଲ୍ୟା ପ୍ରାୟ ୫୦୦ରୁ ୬୦୦ ଟଙ୍କା ହେବ ।
ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜମାଲ ସିଦ୍ଦିକି କହିଛନ୍ତି ଯେ ପବିତ୍ର ରମଜାନ ମାସରେ ଗରିବ, ଆର୍ଥିକ ଦୁର୍ବଳ ଶ୍ରେଣୀର ପଡ଼ୋଶୀ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଏ। ସେ କହିଛନ୍ତି ଯେ ମୋର୍ଚ୍ଚା ଗୁଡ୍ ଫ୍ରାଇଡେ, ଇଷ୍ଟର, ନୱରୋଜ୍ ଏବଂ ଭାରତୀୟ ନବବର୍ଷରେ ମଧ୍ୟ ଅଂଶଗ୍ରହଣ କରିବ ଏବଂ \'ସୌଗତ-ଏ-ମୋଦୀ\' କିଟ୍ ବଣ୍ଟନ କରିବ। ଏହା ସାମ୍ପ୍ରଦାୟିକ ସଦଭାବକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଜିଲ୍ଲା ସ୍ତରରେ ମଧ୍ୟ ଇଦ୍ ମିଳନ କାର୍ୟ୍ୟକ୍ରମ ଆୟୋଜନ କରାଯିବ। ସଂଖ୍ୟାଲଘୁ ମୋର୍ଚ୍ଚାର ଜାତୀୟ ମିଡିଆ ପ୍ରଭାରୀ ୟାସିର ଜିଲାନି କହିଛନ୍ତି ଯେ \'ସୌଗାତ-ଏ-ମୋଦୀ\' ଯୋଜନା ଭାରତୀୟ ଜନତା ପାର୍ଟି ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅଭିଯାନ ଯାହାର ଲକ୍ଷ୍ୟ ମୁସଲିମ ସମ୍ପ୍ରଦାୟ ମଧ୍ୟରେ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରୋତ୍ସାହିତ କରିବା । ଏହି ଅଭିଯାନ ରମଜାନ ଏବଂ ଈଦ ଉପରେ କେନ୍ଦ୍ରିତ। ଏହି କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ।