ପ୍ରୟାଗରାଜ: ସଙ୍ଗମନଗରୀ ପ୍ରୟାଗରାଜରେ ଏବେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା । ଏହାରି ଭିତରେ ମହାକୁମ୍ଭ ପାଇଁ ଯାତ୍ରୀଙ୍କୁ ନେଇ ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରକୁ ହୋଇଛି ଆକ୍ରମଣ । ମୌନୀ ଅମବ୍ୟାସା ପାଇଁ ଯାତ୍ରୀଙ୍କ ଭିଡ଼ ଏଭଳି ହୋଇଥିଲା ଯେ, ଟ୍ରେନରେ ପାଦ ରଖିବାକୁ ବି ଜାଗା ନଥିଲା । ଏହି ସମୟରେ ଟ୍ରେନ ଅଟକି ନଥିବାରୁ ଟ୍ରେନ ଉପରକୁ ହୋଇଥିଲା ଆକ୍ରମଣ । ମଧ୍ୟପ୍ରଦେଶର ହରପାଲପୁର ଷ୍ଟେସନରେ ହୋଇଛି ଆକ୍ରମଣ ଘଟଣା । ଆକ୍ରମଣକାରୀମାନେ କେବଳ ଟ୍ରେନ ଉପରେ ପଥର ମାଡ଼ କରିନଥିଲେ ବରଂ ଏଥିରେ ଭଙ୍ଗାରୁଜା ମଧ୍ୟ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଟ୍ରେନ ଉପରେ ଆକ୍ରମଣ ଏତେ ବିପଜ୍ଜନକ ଥିଲା ଯେ ଭିତରେ ବସିଥିବା ଯାତ୍ରୀମାନେ ବହୁତ ଭୟଭୀତ ହୋଇଯାଇଥିଲେ। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଲୋକମାନେ କିପରି ଟ୍ରେନ ଉପରେ ପଥରମାଡ଼ କରୁଛନ୍ତି।