ଅହମଦାବାଦ: ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ ଫାଇନାଲରେ ଇତିହାସ ସୃଷ୍ଟି ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୮ ବର୍ଷ ପରେ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ଟାଇଟଲ ଜିତିବା ପରେ ବିରାଟ କୋହଲି କାନ୍ଦିବାକୁ ଲାଗିଥିଲେ। ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କରି ଭାବବିହ୍ବଳ ହୋଇ କାନ୍ଦିଥିଲେ। ବିରାଟଙ୍କୁ ଭଲ ପାଉଥିବା ତାଙ୍କର ପ୍ରଶଂସକମାନେ ମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଯାଇଥିଲେ।
ଫାଇନାଲ ମ୍ୟାଚରେ, ପଞ୍ଜାବ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାଇଲ ଜାମିସନ (୩/୪୮) ଏବଂ ଅର୍ଶଦୀପ ସିଂହ (୩/୪୦)ଙ୍କ ନେତୃତ୍ୱରେ, ପଞ୍ଜାବ କିଙ୍ଗସ୍ ବୋଲରମାନେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୧୯୦ ରନରେ ସୀମିତ ରଖିଥିଲେ।
ଅର୍ଶଦୀପ ଇନିଂସର ଶେଷ ଓଭରରେ ଚମତ୍କାର ବୋଲିଂ କରିଥିଲେ, ମାତ୍ର ତିନି ରନ୍ ଦେଇଥିଲେ ଏବଂ ତିନୋଟି ୱିକେଟ ନେଇଥିଲେ। ୧୮ ବର୍ଷର ଆଇପିଏଲ୍ କ୍ୟାରିୟରରେ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳୁଥିବା ବିରାଟ କୋହଲି ସର୍ବାଧିକ ୪୩ ରନ୍ କରିଥିଲେ।
ଟାର୍ଗେଟର ପିଛା କରି ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ଶଶାଙ୍କ ସିଂହ ୬୧ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଜୋଶ୍ ଇଙ୍ଗଲିସ୍ ୩୯ ରନ୍ ଯୋଗଦାନ ଦେଇଥିଲେ। ଆର୍ସିବି ପାଇଁ ଭୁବନେଶ୍ୱର କୁମାର ଏବଂ କୃଣାଲ୍ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
୧୮ ବର୍ଷ ପରେ ଆଇପିଏଲ୍ ଟ୍ରଫି ଜିତିବା ପରେ, ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବାର ଦେଖାଯାଇଥିଲା। ସେହି ସମୟରେ, ଅନୁଷ୍କା ଶର୍ମା ବିଜୟ ପାଇଁ ବିରାଟ କୋହଲିଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କୁ ଦୀର୍ଘ ସମୟ ଧରି ଆଲିଙ୍ଗନ କରିଥିଲେ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ ପୁରସ୍କାର ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା