ନୂଆଦିଲ୍ଲୀ: ଆସନ୍ତାକାଲି ଘୋଷଣା ହେବ ମୁଦ୍ରାନୀତି। ହ୍ରାସ ହୋଇପାରେ ଇଏମଆଇ। କାର୍ ଲୋନଠୁ ଆରମ୍ଭ କରି ଗୃହ ଲୋନ ଯାଏଁ ଖୁଚୁରା ଲୋନର ଇଏମଆଇ ପୁଣିଥରେ ହ୍ରାସ ହୋଇପାରେ। ତିନି ଦିନିଆ ମୁଦ୍ରାନୀତି କମିଟି (MPC) ବୈଠକ ପରେ ନିଷ୍ପତ୍ତି ନିଆଯିବ। ଗତ ୬ ମାସ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଏପରି ୨ ଥର କରିଥିବା ବେଳେ ଆସନ୍ତାକାଲି ମଧ୍ୟ ପୁଣିଥରେ ବଡ଼ ନିଷ୍ପତି ନେବାକୁ ଯାଉଛି।
ଯେତେବେଳେ ରେପୋ ହାର କମ୍ ଥାଏ, ବ୍ୟାଙ୍କଗୁଡ଼ିକ ପାଇଁ ଟଙ୍କା ଋଣ ନେବା ଶସ୍ତା ହୋଇଯାଏ ଏବଂ ସେମାନେ ଗ୍ରାହକମାନଙ୍କୁ କମ ସୁଧ ହାରରେ ଋଣ ପ୍ରଦାନ କରିପାରିବେ, ଯାହା ଦ୍ୱାରା ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିବ।
ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ଏବଂ ଏପ୍ରିଲରେ (MPC) ବୈଠକ କରିଥିଲା। ତା’ପରେ ଉଭୟ ଥର ରେପୋ ହାର ୦.୨୫-୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ଏହିପରି, ଗତ ୬ ମାସ ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ୦.୫୦ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ, ରେପୋ ହାର ୨୫ ବେସିସ୍ ପଏଣ୍ଟ (bps) ହ୍ରାସ କରିସାରିଛି, ଯାହା ଦ୍ଵାରା ରେପୋ ହାର ୬ ପ୍ରତିଶତକୁ ବୃଦ୍ଧି ପାଇଛି।