ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ତାର ନୂତନ ଚାମ୍ପିଅନ ପାଇଛି। ଚଳିତ ସିଜିନର ଫାଇନାଲରେରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୮ ବର୍ଷ ମଧ୍ୟରେ ପ୍ରଥମ ଆଇପିଏଲ୍ ଟାଇଟଲ ଜିତିଛି।
ଅହମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୧୯୦ ରନ କରିଥିଲା। ବିରାଟ କୋହଲି ୪୩ ରନ କରିଥିଲେ। କାଇଲ ଜାମିସନ (୩/୪୮) ଏବଂ ଅର୍ଶଦୀପ ସିଂହ (୩/୪୦)ଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗସ ବୋଲରମାନେ ବଡ଼ ସ୍କୋର କରିବା ପୂର୍ବରୁ ଆରସିବିକୁ ଅଟକାଇ ଦେଇଥିଲେ।
ଟାର୍ଗେଟର ପିଛା କରି, ପଞ୍ଜାବ କିଙ୍ଗସ ୨୦ ଓଭରରେ ୭ ୱିକେଟରେ ୧୮୪ ରନ କରିଥିଲା। ଶଶାଙ୍କ ସିଂହ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଜୋଶ ଇଙ୍ଗଲିସ୍ ୩୯ ରନର ଅବଦାନ ରଖିଥିଲେ। ବେଙ୍ଗାଲୁରୁ ପାଇଁ ଭୁବନେଶ୍ୱର କୁମାର ଏବଂ କୃଣାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।
ପୁରସ୍କାର ବିଜେତା ପୁରସ୍କାର ଟଙ୍କା
ବିଜେତା ବେଙ୍ଗାଲୁରୁ ୨୦ କୋଟି ସହ ଟ୍ରଫି
ଧାବନକାରୀ ପଂଜାବ ୧୨.୫ କୋଟି ସହ ସିଲ୍ଡ
ତୃତୀୟ ସ୍ଥାନ ମୁମ୍ବାଇ ୭ କୋଟି
ଚତୁର୍ଥ ସ୍ଥାନ ଗୁଜରାଟ ୬.୫ କୋଟି
କମଳା କ୍ୟାପ୍ ସାଇ ସୁଦର୍ଶନ ୧୦ ଲକ୍ଷ, ଟ୍ରଫି
ବାଇଗଣି କ୍ୟାପ୍ ପ୍ରସିଦ୍ଧ କୃଷ୍ଣ ୧୦ ଲକ୍ଷ ସହ ଟ୍ରଫି
ସିରିଜର ସବୁଠାରୁ ମୂଲ୍ୟବାନ ଖେଳାଳି ସୂର୍ଯ୍ୟକୁମାର ଯାଦବ ୧୫ ଲକ୍ଷ, ଟ୍ରଫି
ସିଜିନର ଉଦୀୟମାନ ଖେଳାଳି ସାଇ ସୁଦର୍ଶନ ୧୦ ଲକ୍ଷ, ଟ୍ରଫି
ସିଜିନର ଅଲ୍ଟିମେଟ୍ ଫ୍ୟାଣ୍ଟାସି ଖେଳାଳି ସାଇ ସୁଦର୍ଶନ ୧୦ ଲକ୍ଷ, ଟ୍ରଫି
ସର୍ବାଧିକ ଚୌକା ସାଇ ସୁଦର୍ଶନ (୮୮) ୧୦ ଲକ୍ଷ, ଟ୍ରଫି
ସର୍ବାଧିକ ଛକା ନିକୋଲାସ ପୂରନ (୪୦) ୧୦ ଲକ୍ଷ, ଟ୍ରଫି
ଗ୍ରୀନ୍ ଡଟ୍ ବଲ୍ ମହମ୍ମଦ ସିରାଜ (୧୧୫) ୧୦ ଲକ୍ଷ, ଟ୍ରଫି
ସିଜିନର କ୍ୟାଚ୍ କାମିନ୍ଦୁ ମେଣ୍ଡିସ୍ ୧୦ ଲକ୍ଷ, ଟ୍ରଫି
ଫେୟାର ପ୍ଲେ ପୁରସ୍କାର ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି
ପିଚ୍ ଏବଂ ଗ୍ରାଉଣ୍ଡ ପୁରସ୍କାର ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମ (ଦିଲ୍ଲୀ) ୫୦ ଲକ୍ଷ, ଟ୍ରଫି
ଅଧିକ ପଢ଼ନ୍ତୁ: ଆଇପିଏଲ୍ ୨୦୨୫ ଟ୍ରଫି ଜିତିଲା ଆରସିବି