ନୌସେନାର ମୁଖ୍ୟ ଆଡମିରାଲ ଭାବେ କାର୍ଯ୍ୟଭାର ସମ୍ଭାଳିବେ ଦିନେଶ କୁମାର ତ୍ରିପାଠୀ । ଆସନ୍ତା ଏପ୍ରିଲ ୩୦ ତାରିଖରେ ଦିନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ ଭାବରେ କାର୍ଯ୍ୟ କରିବେ । ବର୍ତ୍ତମାନ ସେ ନୌସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ନୌସେନାର ମୁଖ୍ୟ ଆଡମିରାଲ ଭାବେ କାର୍ଯ୍ୟ କରୁଥିବା ଆର ହରି କୁମାର ଏହି କାର୍ଯ୍ୟରୁ ଅବସର ନେବା ପରେ କେନ୍ଦ୍ର ସରକାର ଦିନେଶ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଆଡମିରାଲ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ୧୯୮୫ ଜୁଲାଇ ୧ ରେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ ।
ଆଗକୁ ପଢ଼ନ୍ତୁ : ଅଧିକ ଭୋଟ ଦେଇ ନୂଆ ରେକର୍ଡ କରିବାକୁ କହିଲେ ପ୍ରଧାନମନ୍ତ୍ରୀ