ଆସନ୍ତାକାଲି ଠାରୁ ପୁଣି ହେବ ଟିକାକରଣ , ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା
Khabar Odisha:Vaccination-will-begin-again-tomorrow-and-the-number-of-vaccination-centers-will-increase
ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା):

ଗତକାଲି ସୁରୁଖୁରରେ ଟିକାକରଣ ହୋଇଛି । ୧୩ ହଜାର ୯୮୦ ଲୋକଙ୍କୁ ଟିକା ଦିଆଯାଇଛି । ୮୫ ପ୍ରତିଶତ ଟିକା କରଣ ହୋଇଛି । ୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଂଟ ହୋଇଛି ତେବେ ଗତକାଲି ପରି ଆସନ୍ତା କାଲି ମଧ୍ୟ ପୁଣି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ତା ସହିତ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା କରାଯିବ । ୫ଜଣ ବଦଳରେ ୬ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ୨ଟି ସେସନରେ ଟିକାକରଣ କରାଯିବ । ସବୁ ଟିକା କରଣ କେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦିଆଯିବ ।

  • Tags:

Subscribe

National International State Sports Entertainment