ଶୁଭାରମ୍ଭ ହେଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍
Khabar Odisha:Union-Ministers-DharmendraPradhan-AshwiniVaishnaw-and-G-Kishan-Reddy-flag-off-the-Shree-Jagannath-Yatra---a-Bharat-Gaurav-Tourist-Train-at-Safdarjung-Railway-Station
ଖବର ଓଡିଶା : 25/01/2023:

ଶୁଭାରମ୍ଭ ହୋଇ ଗଡ଼ିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନ ରୁ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀରୁ ଏହି ଟ୍ରେନ ବାହାରି ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀକୁ ଯାତ୍ରା କରିବ । ଗସ୍ତ ସମୟରେ ପର୍ଯ୍ୟଟକମାନେ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ବୁଲିପାରିବେ । ୮ ଦିନିଆ ଏହି ଟ୍ରେନ୍ ଯାତ୍ରାରେ ୫୨୮ ପର୍ଯ୍ୟଟକ ବିଭିନ୍ନ ତୀର୍ଥସ୍ଥାନ ବୁଲିପାରିବେ ।

Subscribe

National International State Sports Entertainment