ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ | ଚାଷୀଙ୍କୁ କେନ୍ଦ୍ର ସରକାର ଦେଲେ ଉପହାର | ଖରିଫ ଋତୁ ପାଇଁ 17ଟି ଫସଲର ଏମଏସପି ବଢ଼ାଇଛନ୍ତି କେନ୍ଦ୍ର ସରକାର | ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ହୋଇଛି | କ୍ୟାବିନେଟ ନିଷ୍ପତି ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି | ଧାନ ଦର କ୍ୱିଣ୍ଟାଲ ପିଛା 2040 ଟଙ୍କାରୁ ବୃଦ୍ଧି ପାଇ 2183 ଟଙ୍କା ହୋଇଛି |
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ 2023-24 crop year ପାଇଁ ଖରିଫ ଅମଳ ବାବଦକୁ ଏମଏସପି ବୃଦ୍ଧି ଲାଗି ମଞ୍ଜୁର ହୋଇଥିଲା । କ୍ୟାବିନେଟ ବୈଠକରେ 17 ଟି ଶସ୍ୟର ଏମଏସପି ବୃଦ୍ଧି ପାଇଁ ନିଷ୍ପତି ହୋଇଥିଲା । ସେହିପରି ଏ ଗ୍ରେଡର ଶସ୍ୟର ମୂଲ୍ୟ କୁଇଣ୍ଟାଲ ପିଛା 2060ରୁ ବୃଦ୍ଧି ପାଇ 2203 ଟଙ୍କା ହୋଇଛି |
ହରଡ ଡାଲି କୁଇଣ୍ଟାଲ ପିଛା ଦର 7000 ଟଙ୍କା, ମୁଗଡାଲି କୁଇଣ୍ଟାଲ ପିଛା ଦର 8558 ତାଙ୍କ ,ବାଦାମ କୁଇଣ୍ଟାଲ ପିଛା ଦର 6377 ଟଙ୍କା ଏବଂ କପା କୁଇଣ୍ଟାଲ ପିଛା ଦର 6620 ଟଙ୍କାକୁ ବୃଦ୍ଧି ହୋଇଛି | ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ୍ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ତେଣୁ ଫସଲ ଭଲ ହେବାର ସମ୍ଭାବନା ଅଛି | ଆଜିର କ୍ୟାବିନେଟ ବୈଠକରେ ଗତ 8 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।