ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉତ୍ପନ ହୋଇଛି । ମେ ୯ ଓ ୧୦ ତାରିଖ ରାତିରେ ପାକିସ୍ତାନ ସେନା ଭାରତ ଉପରେ ମିସାଇଲ ହମଲା କରିଛି । ଏହା ବାଦ୍ ଡ୍ରୋନ ଓ ଲଢୁଆ ବିମାନର ବ୍ୟବହାର ବି କରିଛି । ହେଲେ ଭାରତୀୟ ସେନା ଏହି ସବୁ ହମଲାକୁ ନିଷ୍କ୍ରିୟ କରି ଦେଇଛନ୍ତି । ଓଲଟା ଭାରତୀୟ ସନୋ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ପାକିସ୍ତାନର ୬ ଏୟାରବେସ ଓ ଅନେକ ରାଡାର ସିଷ୍ଟମକୁ ଧ୍ୱଂସ କରି ଦେଇଛି । ଏହା ମଧ୍ୟରେ ରାଜସ୍ଥାନର ଜୈସଲମେରରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଏଠାରେ ଭାରତ ଓ ପାକିସ୍ତାନ ସେନା ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ଏଠାରେ ଅନେକ ଧମାକା ଶୁଣିବାକୁ ମିଳୁଛି ।
ଜୈସଲମେରରେ ପାକିସ୍ତାନୀ ସେନା ଦ୍ୱାରା ଲଗାତାର ମିସାଇଲ ମାଡ଼ କରାଯାଉଛି। ଜିଲ୍ଲା କଲେକ୍ଟର ଲୋକମାନଙ୍କୁ ନିଜ ଘରେ ରହିବାକୁ କହିଛନ୍ତି। ଏହା ସହିତ ସମଗ୍ର ସହରରେ ଲୋକଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ତିନି ସଶସ୍ତ୍ର ବାହିନୀର ମୁଖ୍ୟ, ପ୍ରତିରକ୍ଷା ବିଭାଗ ମୁଖ୍ୟ ଏବଂ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ମଧ୍ୟ ପହଞ୍ଚିଛନ୍ତି। ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ପାକିସ୍ତାନ ଜୈସଲମେରରେ ଲଗାତାର ଆକ୍ରମଣ ଜାରି ରଖିଛି । ପାକିସ୍ତାନ ଦ୍ୱାରା ଜୈସଲମେର ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଖସାଇ ଦିଆଯାଇଛି। ଉଲ୍ଲେଖନୀୟ ଜୈସଲମେରରେ ଏକ ବାୟୁସେନା ଷ୍ଟେସନ ଏବଂ ଏକ ସେନା ଛାଉଣୀ ଅଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜୈସଲମେରରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରାଯାଇଛି। ପାକିସ୍ତାନ ଆକାଶରେ ଆକ୍ରମଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହାକୁ ଆକାଶରେ ହିଁ ଧ୍ୱଂସ କରିଦେଇଛି ।