ଭୁବନେଶ୍ୱର: ଗୃହ ମନ୍ତ୍ରାଳୟ ତରଫରୁ ଜାରି ହେଲା ଆଡ଼ଭାଇଜରୀ । ଟିଭି ଚାନେଲରେ ଯୁଦ୍ଧ ସାଇରନର ବ୍ୟବହାର ଉପରେ ଲାଗିଲା କଟକଣା । କାର୍ଯ୍ୟକ୍ରମ କିମ୍ବା ସମାଚାର ପ୍ରସାରଣ ବେଳେ ଯୁଦ୍ଧ ସତର୍କତା ସାଇରନ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । କୌଣସି ଉପାୟରେ ମଧ୍ୟ ସିଭିଲ ଡିଫେନ୍ସ ଏୟାର ରେଡ଼ ସାଇରନ୍ ବନ୍ଦ ପାଇଁ ଦିଆଯାଇଛି ନିର୍ଦେଶନାମା । ତେବେ ସାମୁହିକ ସଚେତନା କାର୍ଯ୍ୟକ୍ରମରେ ଏୟାର ରେଡ଼ ସାଇରନର ବ୍ୟବହାରକୁ ଅନୁମତି ମିଳିଛି ।
ତେବେ ବାରମ୍ବାର ଟେଲିଭିଜନରେ ଏହି ସାଇରନ ବାଜିବା ଦ୍ୱାରା ଲୋକ ଅଭ୍ୟସ୍ତ ହୋଇପାରନ୍ତି ଏବଂ ସତରେ ଯେବେ ଏୟାରରେଡ଼ ସାଇରନ ବାଜିବ ତେବେ ଏହାକୁ ସଠିକ ଭାବେ ନ ଜାଣିପାରି ଟିଭିରେ ବାଜୁଥିବାର ମାନେ କରି ଆବଶ୍ୟକୀୟ ପଦକ୍ଷେପ ନନେଇ ପାରନ୍ତି । ଏହା ଦ୍ୱାରା ନିଜ ସହିତ ଅନେକ ବ୍ୟକ୍ତିଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପାରେ । ଯାହାଫଳରେ ଏୟାର ରେଡ଼ ସାଇରନ ଉପରେ ରୋକ ଲାଗିଛି ।
ଏହି ସାଇରନକୁ କେବଳ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ମକଡ୍ରିଲ କିମ୍ବା ସଚେତନତା ଡ୍ରାଇଭ ସମୟରେ ଏହାର ଉପଯୋଗ କରାଯାଇପାରିବ ।