ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପମରେ ଫର ଫର ହୋଇ ଉଡ଼ୁଛି ସବୁ ଦେଶର ପତାକା। ବିଶ୍ୱ ଦେଖିବ ଭାରତର ନେତୃତ୍ୱ । ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ସମ୍ମିଳନୀ । ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଣ୍ଟର ଭାରତ ମଣ୍ଡପମ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏଥିପାଇଁ ବିଶ୍ୱର ବଡ଼ ବଡ଼ ନେତା ଭାରତରେ ପହଞ୍ଚିସାରିଛନ୍ତି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା, ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିକ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିିରିଲ ରାମାଫୋସା ସମେତ ଅନେକ ଦେଶର ନେତୃବୃନ୍ଦ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟେନ୍, ଜାପାନ, ଜର୍ମାନୀ ଓ ଇଟାଲୀ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହୋଇଛନ୍ତି ।
ଏଥିସହ ଜି-୨୦ସମ୍ମିଳନୀର ପ୍ରଥମ ସେସନ ଆରମ୍ଭ ହୋଇଯାଇଛି । G20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ ସମ୍ବୋଧନ ଆରମ୍ଭ କରିଛନ୍ତି । ସେ କହିଛନ୍ତି ବିଶ୍ୱରେ ଏବେ ବିଶ୍ୱାସର ନୂଆ ସଂକଟ । ଏହି ସଙ୍କଟକୁ ଦୂର କରାଯାଇ ପାରିବ । ଏକାଠି ହେଲେ ସବୁ ସଙ୍କଟ ଦୂର ହେବ । ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ । G20ର ନୂଆ ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ ।