ହାତୀପଲ ପାଣି ପିଉଥିବା ସମୟରେ ହଠାତ୍ ଧରି ପକାଇଲା କୁମ୍ଭୀର,ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଚକିତ
Khabar Odisha:The-crocodile-suddenly-caught-the-elephant-while-drinking-the-water-and-you-will-be-shocked-to-see-the-video
ନୂଆଦିଲ୍ଲୀ,ଜୁନ 11(ଖବର ଓଡ଼ିଶା):

 ଏକ ରୋମାଞ୍ଚକର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ହାତୀପଲ ପାଣି ପିଉଥିବା ସମୟରେ ଅଜାଣତରେ ହଠାତ୍ କୁମ୍ଭୀର ଆକ୍ରମଣ କରିଛି । ତେବେ ସମ୍ପୁର୍ଣ୍ଣ ଘଟଣାଟି ହେଉଛି ନାଳ ଭିତରେ ହାତୀ ଦଳ ପାଣି ପିଇବାକୁ ପଶିଥିଲେ ।

ହଠାତ୍ ଏକ କୁମ୍ଭୀର ଗୋଟିଏ ଛୁଆ ହାତୀର ଶୁଣ୍ଢକୁ ପାଟିରେ କାମୁଡ଼ି ଧରିଲା । ଅନ୍ୟ ହାତୀମାନେ କିଛି ବୁଝି ପାରିଲେ ନାହିଁ । ଛୁଆ ହାତୀ ନିଜ ଶୁଣ୍ଢକୁ ଅଲଗା କରିବା ପାଇଁ ଚେଷ୍ଟା କଲା । କୁମ୍ଭୀର ବି ଛାଡୁ ନଥିଲା । ଏତିକିବେଳେ ଗୋଟିଏ ବଡ଼ ହାତୀ ନିଜ ଦାନ୍ତରେ କୁମ୍ଭୀର ଉପରେ ହମଲା କରିଥିଲା । ଉପାୟ ନପାଇ ଛୁଆ ହାତୀକୁ ଛାଡ଼ି ପଳାଇ ଯାଇଥିଲା କୁମ୍ଭୀର

  • Tags:

Subscribe

National International State Sports Entertainment