ମାଡି ଆସୁଛି ସାମୁଦ୍ରିକ ଝଡ଼ ଇୟାନ: ପ୍ରବଳ ବର୍ଷା ପରେ ବନ୍ୟା ଆଶଙ୍କା, ଆପାତକାଳୀନ ସେବାକୁ ଆଲର୍ଟ ନୂଆଦିଲ୍ଲୀ,ସେପ୍ଟେମ୍ବର ୨୮(ଖବର ଓଡିଶା): Share story: ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ଇୟାନ । କ୍ୟୁବାର ପଶ୍ଚିମଭାଗରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ପ୍ରବଳ ବର୍ଷା ଓ ପବନରେ କ୍ୟୁବାର ଅନେକ ସହରରେ ଥରହର ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ ଘୂର୍ଣ୍ଣିଝଡ ଇୟାନ ବଢୁଛି। ବିଶେଷ କରି କ୍ୟୁବାର ହବାନାରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ। ପ୍ରବଳ ବର୍ଷା ପରେ ସେଠାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ସ୍ଥିତିକୁ ଦେଖି ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସ୍ଥାନାସ୍ତର କରାସରିଛି । ଏହାସହିତ ଆପାତକାଳୀନ ସେବାକୁ ଆଲର୍ଟ କରାଯାଇଛି । ଘୂର୍ଣ୍ଣିଝଡ ଇୟାନ ଦ୍ୱୀପକୁ ଧ୍ୱଂସସ୍ତୁପରେ ପରିଣତ କରିସାରିଛି । ଅନେକ ସ୍ଥାନ ଏବେ ଅନ୍ଧାର ଭିତରେ ରହିଛି । ରାସ୍ତାଘାଟ ବିଚ୍ଛିନ ହୋଇଛି । ଖବର ଓଡ଼ିଶା, Reporter, 28/09/2022