ବିରାଜିଲେ ରାମଲାଲା । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ଦୀର୍ଘବର୍ଷ ପ୍ରତୀକ୍ଷାର ହେଲା ଅନ୍ତ ହୋଇଛି । ଦୀର୍ଘଦିନ ଧରି ଚାହିଁ ରହିଥିବା ସାରା ଦେଶର ଭକ୍ତ ମାନଙ୍କୁ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ । ମୁଖ୍ୟ ଯଜମାନ ଭାବେ ଦାୟିତ୍ବ ନିର୍ବାହ କଲେ ପ୍ରଧାନମନ୍ତ୍ରୀ । ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ । ସାରା ଦେଶରେ ଶୁଭୁଛି ଜୟ ଶ୍ରୀରାମ ନାରା । ଦୀର୍ଘ ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ପଡିଛି । ଏହି ଅବସରରେ ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମମନ୍ଦିର ପରିସର । ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ ରେ ହୋଇଛି ପ୍ରାଣ ପ୍ରତିଷ୍ଠା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ରାଜ୍ୟପାଳ ଆନନ୍ଦିବେନ ପାଟିଲ ଏବଂ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ :- ଶ୍ରୀରାମଙ୍କ ପାଇଁ ମାତା ଶବରୀଙ୍କ ପାଖରୁ ଆସିଲା ବରକୋଳି