ଶ୍ରୀରାମଙ୍କ ପାଇଁ ମାତା ଶବରୀଙ୍କ ପାଖରୁ ଆସିଲା ବରକୋଳି । ଅଯୋଧ୍ୟାରେ ବିରଜିବେ ଶ୍ରୀରାମ । ସମସ୍ତ ଅପେକ୍ଷାର ଅନ୍ତ ଘଟିବ । ଏଥିପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ନାନାଦି ପ୍ରକାର ଜିନିଷ ଆସିଛି । ଏହାରି ଭିତରେ ମାତା ଶବରୀଙ୍କ ପାଖରୁ ଆସିଛି ଶ୍ରୀରାମଙ୍କ ପ୍ରିୟ ପାଇଁ ବାଡି ବରକୋଳି।
ତ୍ରେତୟା ଯୁଗରେ ମା ଶବରୀଙ୍କ ଅତିଥ୍ୟ ସତ୍କାରରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ବରକୋଳି ଦେଇଥିଲେ । ଆଜି ପ୍ରଭୁ ରାମ ଜନ୍ମଭୁମିରେ ବିରାଜମାନ କରିବେ । ଏଭଳି ପବିତ୍ର ଦିନ ପାଇଁ ଅଯୋଧ୍ୟାକୁ ମାତା ଶବରୀଙ୍କ ବରକୋଳି ଆସିଛି । ଏହି ବରକୋଳି ଛତିଶଗଡ ଶବରି ନାରାୟଣ ଧାମରୁ ଆସିଛି । ବରକୋଳି ସହିତ ଏକ ଅଦ୍ଭୂତ ବରଗଛ ଅଯୋଧ୍ୟାକୁ ଆସିଛି। ସବୁଠି ବରକୋଳି ଗଛର ପତ୍ର ସିଧା ରହିଥାଏ କିନ୍ତୁ ସେଠାରେ ଥିବା ଗଛର ପତ୍ର ଠୁଲି ଭଳି । କୁହାଯାଏ କି ସେତେବେଳେ ମାତା ଶବରୀଙ୍କ ପାଖରେ ପ୍ରଭୁଙ୍କୁ ଦେବା ପାଇଁ ପାତ୍ର ନଥିଲା। ପ୍ରଭୁଙ୍କ ଆଶୀର୍ବାଦରୁ ପତ୍ର ଗୁଡିକ ଆପେ ଆପେ ଏପରି ଦନା ଆକୃତି ହୋଇଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେହିପରି ଗଛ ମା ଶବରୀ ନାରାୟଣ ଧାମରେ ଅଛି। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସେହି ଗଛ ମଧ୍ୟରୁ ଗୋଟିଏ ଗଛ ଓ କିଛି ବରକୋଳି ସହ ଅଯୋଧ୍ୟାକୁ ଆସିଛି । ଅଯୋଧ୍ୟାକୁ ଆସିଥିବା ଏହି ଗଛକୁ ଅଯୋଧ୍ୟାରେ ଲଗାଇବା ପାଇଁ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଅନୁରୋଧ କରାଯାଇଛି ।
ଅଧିକ ପଢନ୍ତୁ :ରାମ ମନ୍ଦିର ଆକୃତିରେ ସୁନାର ମୁଦି