ରାମ ମନ୍ଦିର ଆକୃତିରେ ସୁନାର ମୁଦି । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଅଯୋଧ୍ୟାରେ ବିରାଜମାନ କରିବେ ରାମଲାଲା । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସାରା ବିଶ୍ୱ । ଦୀର୍ଘ ୫୦୦ ବର୍ଷର ଅନ୍ତ ଘଟିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତେ ଚାତକ ପରି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଏହି ଅବସରରେ ସମସ୍ତେ ନିଜ ଭିତରେ ଥିଲା କାରୁକାର୍ଯ୍ୟକୁ ନିଆରା ଶୈଳୀରେ ପ୍ରଦର୍ଶନୀ କରୁଛନ୍ତି ।
ଏହାରି ଭିତରେ ଜଣେ ବଣିଆ ଯିଏ କି ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି ତିଆରି କରିଛନ୍ତି । ଯାହା ସମସ୍ତଙ୍କୁ ଆକର୍ଷଣ କରୁଛି । ଏଭଳି ମୁଦିକୁ ପ୍ରସ୍ତତୁ କରିଛନ୍ତି ଉତ୍ତରପ୍ରଦେଶ ମୁରାଦାବାଦର ଜଣେ ବଣିଆ। ଏହି ମୁଦିକୁ ଦେଖି ସମସ୍ତେ ପସନ୍ଦ କରୁଛନ୍ତି । ଏହି ସୁନା ମୁଦିର ମୁଲ୍ୟ ହେଉଛି ଏକ ଲକ୍ଷ ୨୫ ହଜାର ଟଙ୍କା । ବଣିଆ ଜଣକ ଅତି ସୁନ୍ଦର ଭାବରେ ରାମ ମନ୍ଦିରକୁ ମୁଦିରେ ରଖିଛନ୍ତି । ଏହି ମୁଦିଟି ସୁନ୍ଦର ହୋଇଥିବାରୁ ଏହାର ଚାହିଦା ବଢ଼ିବାରେ ଲାଗିଛି ।
ଅଧିକ ପଢନ୍ତୁ :ଶ୍ରୀରାମଙ୍କ ପ୍ରତିଛବିରେ ସ୍ୟାଣ୍ଡ ଆନିମେସନ