ଶ୍ରୀରାମଙ୍କ ପ୍ରତିଛବିରେ ସ୍ୟାଣ୍ଡ ଆନିମେସନ । ସମସ୍ତ ଅପେକ୍ଷାର ଅନ୍ତ ଘଟିବ । ସଜେଇ ହୋଇଛି ରାମ ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଛି ସାରା ବିଶ୍ୱ । ଦୀର୍ଘ ୫୦୦ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଜନ୍ମଭୁମି ଅଯୋଧ୍ୟାରେ ଆଜି ବିରାଜମାନ କରିବେ। ଏଥିପାଇଁ ଚଳଚଂଚଳ ହୋଇପଡିଛି ଅଯୋଧ୍ୟା ନଗରୀ ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶର କୋଣ ଅନୁକୋଣରେ ସମସ୍ତେ ଏହି ପବିତ୍ର ଦିନକୁ ଏକ ନିଆରା ଶୈଳୀରେ ପାଳନ କରୁଛନ୍ତି । ଏହାରି ମଧ୍ୟରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ସହିତ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଛବିକୁ ସ୍ୟାଣ୍ଡ ଆନିମେସନ କରିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ । ପ୍ରାୟ ୨ ଘଣ୍ଟାର ସମୟ ମଧ୍ୟରେ ସ୍ୟାଣ୍ଡ ଆନିମେସନ୍ ମାଧ୍ଯମରେ ଭକ୍ତି ପୂର୍ଣ୍ଣ ପ୍ରଣାମ ଜଣାଇଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ତାଙ୍କର ଏହି କାରୁକାର୍ଯ୍ୟ ପାଇଁ ସବୁଆଡୁ ପ୍ରସଂସାର ସୁଅ ଛୁଟୁଛି ।
ଅଧିକ ପଢନ୍ତୁ :ପ୍ରତିକ୍ଷାର ଅନ୍ତ: ଆଜି ବିରାଜମାନ କରିବେ ରାମଲାଲା