୫୦୦ ବର୍ଷର ପ୍ରତୀକ୍ଷା ପରେ ସେହି ସୁବର୍ଣ୍ଣ ମୁହୂର୍ତ୍ତ ଆସିଯାଇଛି। ଆଜି ଅଯୋଧ୍ୟା ସମେତ ସାରା ଭାରତ ରାମମୟ। ଅନେକ ବର୍ଷର ତ୍ୟାଗ, ବଳିଦାନର ଉପହାର ସ୍ୱରୂପ ସମଗ୍ର ହିନ୍ଦୁ ଜାତିର ଆରାଧ୍ୟ ଦେବତା ତଥା ମର୍ଯ୍ୟାଦାପୂରୁଷ ଶ୍ରୀରାମ ଆଜି ପ୍ରାଣ ପ୍ରତିଷ୍ଠା ପାଇବେ ଅଯୋଧ୍ୟାରେ। ଏଥିପାଇଁ ନିଜକୁ ଫୁଲରେ ସଜେଇ ବୋହୁ ପରି ଦେଖା ଯାଉଛି ଅଯୋଧ୍ୟା ନଗରୀ। ଆଉ କେଇ ଘଣ୍ଟା ପରେ ସାରା ବିଶ୍ୱ ଚର୍ମ ଚକ୍ଷୁରେ ଦେଖିବ ପ୍ରଭୁ ଶ୍ରୀରାମଲାଲାଙ୍କୁ।
ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରୀତିନୀତି କରୁଥିବାବେଳେ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନେତୃତ୍ୱରେ ଏକ ପୁରୋହିତ ମଣ୍ଡଳୀ ମୁଖ୍ୟ ସମାରୋହ ନୀତିକାନ୍ତି ସମ୍ପନ୍ନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ ତଥା ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧୀମାନେ ଯୋଗଦେବେ।ସମାରୋହ ସରିବା ପରେ ପ୍ରଧାନ ମନ୍ତ୍ରୀ ଏହି ଉତ୍ସବରେ ଉପସ୍ଥିତ ଥିବା ଗଣ ସମାବେଶକୁ ସମ୍ବୋଧିତ କରିବେ।ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ଦେବତା ରାମଙ୍କ ମୂର୍ତ୍ତି ମନ୍ଦିରର ଗର୍ଭଗୃହରେ ମଧ୍ୟରେ ସ୍ଥାପନ କରାଯାଇଥିଲା । ଏକ ଆବରଣରେ ଆବୃତ ଏହି ପ୍ରତିମୂର୍ତ୍ତିର ପ୍ରାରମ୍ଭିକ ଫଟୋଗ୍ରାଫ୍ ଗୁରୁବାର ଦିନ ସମାରୋହରେ ଉନ୍ମୋଚିତ ହୋଇଥିଲା। ତେବେ ନିକଟ ଭବିଷ୍ୟତରେ ଏହି ଭବ୍ୟ ମନ୍ଦିର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ର ଭାବରେ ଉଭା ହେବ।
ଅଧିକ ପଢନ୍ତୁ : ୨୮ ବର୍ଷ ପରେ ଭାରତରେ ହେବ 'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା