ଫେବୃଆରୀ ୧୮ରୁ ଆରମ୍ଭ ହେବ 'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା । ଦୀର୍ଘ ୨୮ ବର୍ଷ ପରେ ଭାରତରେ ହେବ ଆୟୋଜନ 'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା । ଆରମ୍ଭ ହେବାକୁ ଯାଉଛି ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା । ଯାହା ଭାରତ ଆୟୋଜନ କରିବାକୁ ଯାଉଛି। ଏଥର ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବରୁ ଶେଷ ଥର ପାଇଁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲ୍ଡ ଅନୁଷ୍ଠିତ ହୋଇଥିଲା ।
ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଭାରତରେ ହେବ ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା । ଯାହାର ସୂଚନା ମିସ୍ ୱାର୍ଲ୍ଡର ଅଫିସିଆଲ୍ ପେଜ୍ X ରେ ଦିଆଯାଇଛି । ଫେବୃଆରୀ ୧୮ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ ବୋଲି ସ୍ଥିର କରାଯାଇଛି । ଏଥିପାଇଁ ଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରକୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ କରିବେ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯିବ । ଭାରତରେ ଏହି ପ୍ରତିଯୋଗିତା ଆୟୋଜନ ହେବାର ସୁଚ ପାଇଁ ସମଗ୍ର ଭାରତ ବାସୀ ବେଶ୍ ଉତ୍ସାହିତ ଅଛନ୍ତି । ସୌନ୍ଦର୍ଯ୍ୟ, ବିବିଧତା ଏବଂ ସଶକ୍ତିକରଣର ଏହି ଉତ୍ସବ ଏଥର ଭାରତରେ ହେବ।