ନୂଆଦିଲ୍ଲୀ: ଭାରତ ପୁଣି ଥରେ ରୁଷଠୁ କିଣିବ ଏସ-୪୦୦ ଡିଫେନ୍ସ ସିଷ୍ଟମ । ପ୍ରତିରକ୍ଷା ମନ୍ତ୍ରଣାଳୟ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମର ଅତିରିକ୍ତ ବ୍ୟାଟେରୀ କିଣିବାକୁ ମଞ୍ଜୁରୀ ଦେଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଡିଫେନ୍ସ ଏକ୍ୟୁଜେସନ କାଉନସିଲ(ଡିଏସି)ର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିଲା ।
ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨.୩୮ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଉପରେ ମୋହର ମରାଯାଇଛି । ଏଥିରେ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ଓ ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଭାରତୀୟ ବାୟୁସେନାକୁ ଆହୁରି ମଜବୁତ କରିବ ।
ଏସ-୪୦୦ ବ୍ୟତୀତ ବାୟୁସେନାକୁ ମିଳିବ ଆଉ କେଉଁ କେଉଁ ହତିଆର
ଡିଏସିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ବାୟୁସେନା ପାଇଁ ରୁଷଠୁ ଏସ-୪୦୦ ମିସାଇଲ ସିଷ୍ଟମ ବ୍ୟତୀତ ମିଡିୟମ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ରିମୋଟଲି ପାୟଲଟେଡ ଷ୍ଟ୍ରାଇକ ଏୟାରକ୍ରାଫ୍ଟ ଓ ଏସୟୁ-୩୦ ଏୟରୋ ଇଞ୍ଜିନ ଏଗ୍ରିଗେଟ୍ସର ଓଭରହାଉଲ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।
Also Read: ଭୁବନେଶ୍ୱରରେ ପହଁଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ; ସେନାର ପ୍ରସ୍ତୁତି ଓ ପ୍ରଶିକ୍ଷଣକୁ କରିବେ ମଜବୁତ