A post shared by Sonu Sood (@sonu_sood)
ସୋନୁ ସୁଦ ନିଜର ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ଏକ ଭିଡିଓ ପୋଷ୍ଟ୍ କରି କହିଛନ୍ତି ଯେ, “ବନ୍ଧୁଗଣ, କିଛି ଦିନ ହେଲା ଆମେ ଜାଣିବାକୁ ଚେଷ୍ଟା କରୁଛୁ କେଉଁ ପରିବାର ଓଡିଶା ଟ୍ରେନ୍ ଦୁର୍ଘଟଣାରେ ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କୁ ହରାଇଛନ୍ତି, କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନେ ବର୍ତ୍ତମାନ କିପରି ଜୀବନଯାପନ କରିବେ ଜାଣନ୍ତି ନାହିଁ।”
ସୋନୁ ଏକଥା ମଧ୍ୟ କହିଛନ୍ତି ଯେ," ଦୁର୍ଘଟଣାରେ ପୀଡିତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଏକ ହେଲ୍ପ୍ଲାଇନ ନମ୍ବର 9967567520 ଦେଇଛୁ । ଏହି ନମ୍ବରରେ ପୀଡିତଙ୍କ ପରିବାର ସହିତ ଆମକୁ ସଂଯୋଗ କରିପାରିବେ। ଏହି ନମ୍ବରରେ କଲ ନକରି କେବଳ ଏକ ମେସେଜ୍ ପଠାଇବା ପାଇଁ କହିଛନ୍ତି ସୋନୁ ।
ସୋନୁ ଆହୁରି ମଧ୍ୟ କହିଛନ୍ତି କି ଚାକିରି, ବ୍ୟବସାୟ, ପିଲାମାନଙ୍କର ଶିକ୍ଷା ସମ୍ବନ୍ଧରେ ପୀଡିତ ପରିବାରକୁ ସାହାଯ୍ୟ କରିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ।”
ପ୍ରକାଶଥାଉ ଯେ 2020 ମସିହା, କରୋନା ମହାମାରୀ ସମୟରେ ସୋନୁ ସୁଦ୍ ଦେଶରେ ଲାଗିଥିବା ଲକ୍ଡାଉନରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟର ହାତ ବଢେଇଥିଲେ। ଲୋକଙ୍କୁ ସୁବିଧାରେ ଘରେ ପହଞ୍ଚେଇବା ପାଇଁ ସେ ମାଗଣାରେ ସବୁ ବ୍ୟବସ୍ଥା କରିଥିଲେ।