ସେନା ଙ୍କ ପାଇଁ ସୋନମ ତିଆରି କଲେ ସ୍ୱତନ୍ତ୍ର ଗରମ ତମ୍ବୁଘର : ବାହାରେ ମାଇନସ 40 ଥିଲେ ଭିତରେ ରହିବ ପ୍ଲସ 15 ଡିଗ୍ରୀ ତାପମାତ୍ରା
Khabar Odisha:Sonam-Bangchuk-has-developed-tent-house-that-heats-up-automatically-ittle-warmth-to--the-Indian-Army
ଭୁବନେଶ୍ୱର, ଫେବୃଆରୀ 22(ଖବର ଓଡିଶା) :

ଲଦାଖ ର ବିଶିଷ୍ଟ ଇଞ୍ଜିନିୟର, ଶିକ୍ଷା ସଂସ୍କାରକ ତଥା ଉଦ୍ଭାବକ ସୋନମ ବାଙ୍ଗଚୁକ ଗଲୱାନ ଘାଟିରେ ପ୍ରବଳ ଥଣ୍ଡା ସହ ସଂଘର୍ଷ କରୁଥିବା ଭାରତୀୟ ସେନା ଙ୍କୁ ଟିକିଏ ଉଷୁମ ଦେବାକୁ ସୌରଶକ୍ତି ରେ ଆପେ ଆପେ ଗରମ ହୋଇ ଗରମ ଦେଉଥିବା ସ୍ୱତନ୍ତ୍ର ଧରଣର ଟେଣ୍ଟ ହାଉସ ର ବିକାଶ କରିଛନ୍ତି ।

ପୂର୍ବରୁ ଭାରତ ତାର ସେନା ଙ୍କ ପାଇଁ ରୁଷ ଆଦି ଦେଶରୁ ତମ୍ବୁ ଆମଦାନୀ କରୁଥିବା ବେଳେ ଏହାକୁ ଉଷୁମ ରଖିବା ପାଇଁ ହଜାର ଲିଟର କିରୋସିନୀ ଖର୍ଚ୍ଚ କରୁଥିଲା । ଏଥିରେ ଅଧିକ ଖର୍ଚ୍ଚ ତ ହୁଏ ତା ସହ ଧୂଆଁ ରେ ପ୍ରଦୂଷଣ ସାଙ୍ଗକୁ ଗ୍ଲାସିୟର ତରଳି ବାର ସମ୍ଭାବନା କୁ ବଢ଼ାଇଥାଏ  । 

ସ୍ବଦେଶୀ ଜ୍ଞାନ କୌଶଳରେ ସୋନମ ଏହି ନିଆରା ଟେଣ୍ଟଘର ର ବିକଶିତ କରିଛନ୍ତି, ଯେଉଁଥିରେ ଦୁଇଟି ପ୍ରକୋଷ୍ଠ ରହିଛି । ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦୁଇଟି ଅଲଗା ଅଲଗା ରାସ୍ତା ରହିଛି । ତମ୍ଭୁ ର ସମୁଦାୟ ଓଜନ 30 କେଜି ଥିବା ବେଳେ ଏହାକୁ ଭାଙ୍ଗି ସହଜରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଯାଇ ପାରୁଛି ।

ଟେଣ୍ଟ ରେ ଦୁଇଟି ପାର୍ଶ୍ଵ ରହିଛି । ଗୋଟିଏ ଶୟନ କକ୍ଷ ଓ ଅନ୍ୟଟି ବିଶ୍ରାମ କକ୍ଷ । ବିଶ୍ରାମ କକ୍ଷ ରେ ସୌର ଆଲୋକ ପଡି ଦିନସାରା ଗରମ ରହେ । ଏହି ପ୍ରକୋଷ୍ଠରେ ଯବାନ ମାନେ ନିଜର ବନ୍ଧୁକ ଆଦି ଅସ୍ତ୍ର ଶସ୍ତ୍ର ସଫା କରିବା ସହିତ ସେଠାରେ ବସି ଅନ୍ୟାନ୍ୟ କାମ କରିପାରିବେ । ଶୟନ କକ୍ଷ ର କାଂଥ ଦେଇ ସୌର ଆଲୋକ ତ ପ୍ରବେଶ କରିପାରିବ ,କିନ୍ତୁ ଉତ୍ତାପ ବାହାରକୁ ଆସି ପାରିବ ନାହିଁ । କାଁଥରେ ଜଳ ଭର୍ତ୍ତି ବ୍ୟାଗ ସହିତ ଅନ୍ୟ ଉପକରଣ ମାନ ଥିବାରୁ ସୌର ଶକ୍ତି ବାହାରକୁ ନ ଆସି ଜମା ହୋଇ ରହିବ । ଫଳରେ ଏହି ପ୍ରକୋଷ୍ଠ ରାତି ସାରା ଉଷ୍ମତା ଦେବ । ଯେଉଁ ସମୟରେ ବାହାର ତାପମାତ୍ରା ମାଇନସ 40 ଯାଏଁ ଥିବ ଠିକ ସେତେବେଳେ ତମ୍ବୁ ର ଶୟନ କକ୍ଷ ର ତାପମାତ୍ରା ଯୁକ୍ତ  15 ପାଖା ପାଖି ରହିବ ।

ବିଶ୍ୱରେ ଏଭଳି ତମ୍ବୁ ନିଆରା । 15 ବର୍ଷ ତଳେ ସୋନମ  ପଶୁମାନଙ୍କୁ ଗରମ ରେ ରଖିବା ପାଇଁ ଆରମ୍ଭ କରିଥିବା ଏହି ପ୍ରୟାସ ବରଫ ଅତଡା ନିକଟରେ ଦୁର୍ଦ୍ଦଶା ଭୋଗୁଥିବା ଯବାନ ଙ୍କ ପାଇଁ ଫଳବତୀ ହୋଇପାରିଛି ।

ସୋଲାର ହିଟର ଯୁକ୍ତ ଘର ତିଆରି ରେ ମାହୀର ଥିବା ଭାରତ ର ଏହି ସୁଯୋଗ୍ୟ ସଂସ୍କାରକ ସୋନମ ଏଭଳି ନୂଆ ଲଦାଖ ଟେଣ୍ଟ ତିଆରି କରି ଯବାନ ଙ୍କ ଉତ୍ସାହ ରେ ରଙ୍ଗ ଭରିଛନ୍ତି । ରମଣ ମାଗାସେସ ସମ୍ନାନ ରେ ସମ୍ମାନିତ ସୋନମ ଲଦାଖ ରେ ନିଜର ଏକ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ସୌରଶକ୍ତି ରେ ପରିଚାଳିତ କରାଉଛନ୍ତି । ବରଫ ସ୍ତୁପ କୁ ଜଳ ଫୁଆରା ର ରୂପ ଦେଉଥିବା ସୋନମ ଭାରତୀୟ ମାନଙ୍କୁ ଚୀନ ସାମଗ୍ରୀ ବର୍ଜନ ର ଆହ୍ୱାନ ଜଣାଇ ସାରା ଦେଶରେ ଲୋକପ୍ରିୟ ହୋଇଛନ୍ତି ।

  • Tags:

Subscribe

National International State Sports Entertainment