ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଶନିବାର ଦିନ ଉଦ୍ବୋଧନ ଦେଇଛନ୍ତି। ଏହି ଅଭିଭାଷଣରେ ଏସ୍ ଜୟଶଙ୍କର ପାକିସ୍ତାନକୁ କଡ଼ା ଜବାବ ଦେଇ କହିଛନ୍ତି ଯେ ପାକିସ୍ତାନ ତା'ର କର୍ମର ପରିଣାମ ଭୋଗୁଛି ଏବଂ ପାକିସ୍ତାନର ଜିଡିପି କେବଳ ଧର୍ମାନ୍ଧତାରେ ବ୍ୟବହୃତ ହେଉଛି।
ଏସ ଜୟଶଙ୍କର ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରାଯିବା ଉଚିତ ଏବଂ ପାକିସ୍ତାନର ପର୍ଦ୍ଦାଫାସ ହେବା ଉଚିତ। ପାକିସ୍ତାନର ଆତଙ୍କବାଦ ନୀତି କୌଣସି ମୂଲ୍ୟରେ ସଫଳ ହେବ ନାହିଁ। ଆମପଡ଼ୋଶୀ ଦେଶ ପାକିସ୍ତାନ ଆତଙ୍କବାଦ ପାଇଁ ଜଣାଶୁଣା କିନ୍ତୁ ପାକିସ୍ତାନ କେବେ ବି ସଫଳ ହେବ ନାହିଁ। ଶାନ୍ତି ଓ ବିକାଶ ଏକାସାଙ୍ଗରେ ଚାଲିଥାଏ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଏହି ମଞ୍ଚରୁ ଆମେ କିଛି ଅଜବ କଥା ଶୁଣିଥିଲୁ। ମୁଁ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚାହୁଁଛି- ସୀମାପାର ଆତଙ୍କବାଦର ପାକିସ୍ତାନର ନୀତି କେବେ ବି ସଫଳ ହେବ ନାହିଁ ଏବଂ ଦଣ୍ଡରୁ ବର୍ତ୍ତିବାର କୌଣସି ଆଶା ରହିବା ଉଚିତ୍ ନୁହେଁ। ଅପରପକ୍ଷରେ କାର୍ଯ୍ୟାନୁଷ୍ଠାନର ପରିଣାମ ନିଶ୍ଚିତ ଭାବେ ପଡ଼ିବ। ଆମ ମଧ୍ୟରେ ଏକମାତ୍ର ସମସ୍ୟାର ସମାଧାନ ହେଉଛି ପାକିସ୍ତାନର ବେଆଇନ କବ୍ଜାରେ ଥିବା ଭାରତୀୟ ଅଞ୍ଚଳଖାଲି କରିବା।
୭୯ତମ ୟୁଏନଜିଏର ବିଷୟବସ୍ତୁ ହେଉଛି 'କାହାକୁ ପଛରେ ପକାଇବା' ବୋଲି ଆମେ ଦୃଢ଼ ସମର୍ଥନ କରୁଛୁ। କଠିନ ସମୟରେ ଆମେ ସମସ୍ତେ ଏଠାରେ ଏକାଠି ହୋଇଛୁ। କୋଭିଡ୍ ମହାମାରୀର ବିପର୍ଯ୍ୟୟରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରିନାହିଁ। ରୁଷ୍-ୟୁକ୍ରେନ ଯୁଦ୍ଧ ତୃତୀୟ ବର୍ଷରେ ପ୍ରବେଶ କରିଛି ଏବଂ ଗାଜାରେ ସଂଘର୍ଷ ଆହୁରି ବ୍ୟାପକ ହୋଇଛି। ଏହା ଏପରି ଏକ ସମୟ ଯେଉଁଠାରେ ବୁଝାମଣା କରିବା ଆହୁରି କଷ୍ଟକର ହୋଇପଡିଛି। ବର୍ତ୍ତମାନ ଆମେ ଉଭୟ ଶାନ୍ତି ଏବଂ ସମୃଦ୍ଧିକୁ ସମାନ ବିପଦରେ ଦେଖୁଛୁ କାରଣ ବର୍ତ୍ତମାନ ବିଶ୍ୱାସର ଅନ୍ତ ଘଟିଛି।
ଅଧିକ ପଢ଼ନ୍ତୁ: ଫ୍ରାନ୍ସ କହିଲା- ୟୁଏନଏସସିର ସ୍ଥାୟୀ ସଦସ୍ୟ ହେଉ ଭାରତ