ୱାଶିଂଟନ: ଜାତିସଂଘ ନିରାପତ୍ତା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆଲୋଚନା ଚାଲିଛି। ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସ ଭାରତକୁ ସମର୍ଥନ କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛନ୍ତି।
ବୁଧବାର ନ୍ୟୁୟର୍କରେ ୟୁନାଇଟେଡ୍ ଜେନେରାଲ ଆସେମ୍ବ୍ଲିରେ ମାକ୍ରୋନ୍ କହିଛନ୍ତି, ଆମର ଏକ ନିରାପତ୍ତା ପରିଷଦ ଅଛି, ଯାହାକୁ ଆମେ ଅଧିକ ପ୍ରଭାବଶାଳୀ କରିବା ଆବଶ୍ୟକ। ଫ୍ରାନ୍ସ ନିରାପତ୍ତା ପରିଷଦସମ୍ପ୍ରସାରଣ ସପକ୍ଷରେ ରହିଛି। ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲ ସ୍ଥାୟୀ ସଦସ୍ୟ ହେବା ଦରକାର।
ବର୍ତ୍ତମାନ ସୁରକ୍ଷା ପରିଷଦର ଋଷ, ବ୍ରିଟେନ୍, ଚୀନ୍, ଫ୍ରାନ୍ସ ଓ ଆମେରିକା ସମେତ ୫ଜଣ ସ୍ଥାୟୀ ସଦସ୍ୟ ରହିଛନ୍ତି। ସେହିପରି ଭାରତ ସମେତ ୧୦ ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଶେଷ ଥର ପାଇଁ ଭାରତ ୨୦୨୧-୨୨ରେ ଜାତିସଂଘ ର ଉଚ୍ଚ ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ବସିଥିଲା। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସମିଟ୍ ଅଫ୍ ଦି ଫ୍ୟୁଚର' କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ଶାନ୍ତି ପାଇଁ ବିଶ୍ୱ ସଂସ୍କାର ଜରୁରୀ।
ଆତଙ୍କବାଦ ବିଶ୍ୱ ଶାନ୍ତି ଓ ନିରାପତ୍ତା ପାଇଁ ଏକ ବଡ଼ ବିପଦ ହୋଇଥିବା ବେଳେ ଅନ୍ୟପଟେ ସାଇବର ନିରାପତ୍ତା, ସାମୁଦ୍ରିକ ଏବଂ ମହାକାଶ ସଂଘର୍ଷର ନୂଆ ନୂଆ କ୍ଷେତ୍ର ଉଭା ହେଉଛି ବୋଲି ମୋଦୀ କହିଛନ୍ତି। ଏହି ସବୁ ପ୍ରସଙ୍ଗରେ ମୁଁ ଗୁରୁତ୍ୱ ାରୋପ କରିବି ଯେ ବିଶ୍ୱସ୍ତରୀୟ କାର୍ଯ୍ୟ ବିଶ୍ୱସ୍ତରୀୟ ଆକାଂକ୍ଷା ସହିତ ସୁସଙ୍ଗତ ହେବା ଆବଶ୍ୟକ। ବିଶ୍ୱ ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ସ୍ତରୀୟ ଅନୁଷ୍ଠାନର ସଂସ୍କାର ଜରୁରୀ।
ଅଧିକ ପଢ଼ନ୍ତୁ: ବ୍ୟାଗ୍ରେ ପିସ୍ତଲ ଧରି ସ୍କୁଲରେ ପହଞ୍ଚିଲେ ବିହାରର ନବମ ଶ୍ରେଣୀ ଛାତ୍ର