ବଢିଲା ବିପଦ: ଭାରତରେ ଚିହ୍ନଟ ହେଲା ମାରାତ୍ମକ ‘ଓମିକ୍ରନ୍‌’
Khabar Odisha:Risk-rises-deadly-Omicron-detected-in-India

ନୂଆଦିଲ୍ଲୀ, ଡିସେମ୍ବର ୨(ଖବର ଓଡ଼ିଶା): ପୁରା ବିଶ୍ୱରେ କରୋନା ମହାମାରୀର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ କୁ ନେଇ ଭୟ ବଢିଥିବା ବେଳେ ଏବେ ଭାରତ ପାଇଁ ବିପଦ ବଢିଛି ।

ଭାରତରେ ଚିହ୍ନଟ ହେଲା ଓମିକ୍ରନ୍ । ଭାରତରେ ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଓମିକ୍ରନ୍ ଆତଙ୍କ ଦ୍ୱିଗୁଣିତ ହୋଇଛି ।

ଆଜି କର୍ଣ୍ଣାଟକରେ ୨ କରୋନା ଆକ୍ରାନ୍ ଓମିକ୍ରନ୍ ଭ୍ୟାରିଆଣ୍ଟ ଦ୍ୱାରା ଆକ୍ରାନ୍ ବୋଲି ଜଣାପଡିଛି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ।

ବର୍ତ୍ତମାନ ଉଭୟଙ୍କୁ ଆଇସୋଲେଟ୍ କରି ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି ।

ଚିହ୍ନଟ ଦୁଇ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

  • Tags:

Subscribe

National International State Sports Entertainment