ସୁଶାନ୍ତ ସିଂ ଡ୍ରଗ୍ସ କାରବାର ମାମଲା, ପ୍ରବଳ ବର୍ଷା ପାଇଁ ରିୟା ଓ ଶୌଭିକଙ୍କ ଜାମିନ ଆବେଦନର ଶୁଣାଣି ବାତିଲ୍
Khabar Odisha:Rhea-Chakraborty-Drug-Case-News-Rhea-Chakraborty-To-Stay-In-Jail-Till-October-6-High-Court-Hearing-On-Bail-Tomorrow
ମୁମ୍ବାଇ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଥାନ୍ତା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଆଜି ମାମଲାର ଶୁଣାଣି ହେବ ନାହିଁ। ପ୍ରବଳ ବର୍ଷା ହେତୁ ଆଜି ହାଇକୋର୍ଟ ବନ୍ଦ ରହିଛି।

ରିୟାଙ୍କ ଓକିଲ ସତୀଶ ମନାସିନ୍ଦେ କହିଛନ୍ତି ଯେ ସହର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ରହିଥିବାରୁ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଆଜି କୋର୍ଟକୁ ଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତର ଅବଧିକୁ 6 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହାପୂର୍ବରୁ ସୁଶାନ୍ତ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର କୋର୍ଟରେ ରିୟାଙ୍କୁ ହାଜର କରିଛି। ଏନସିବି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସ୍ୱତନ୍ତ୍ର ପବ୍ଲିକ୍ ଓକିଲ ଅତୁଲ ସରପଣ୍ଡେ କହିଛନ୍ତି ଯେ ରିୟାଙ୍କ ଭାଇଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ସେପ୍ଟେମ୍ବର 11 ରେ ରିୟା, ତାଙ୍କ ଭାଇ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର କୋର୍ଟରେ ଖାରଜ ହୋଇଥିଲା ।

ଡ୍ରଗ୍ସ ଲିଙ୍କରେ ସମ୍ପୃକ୍ତି ନେଇ ଅନେକ ରାଉଣ୍ଡ ପଚରାଉଚରା ପରେ ରିୟାଙ୍କୁ 9 ସେପ୍ଟେମ୍ବରରେ ଏନସିବି ଗିରଫ କରିଥିଲା। ସେପ୍ଟେମ୍ବର 5ରେ ଭାଇ ଶୌଭିକଙ୍କୁ ଗିରଫ କରାଯାଇଥିଲା। ସେପଟେ ଡ୍ରଗ୍ସ ବେପାରୀ ଜାଇଡ ଭିଲାଟ୍ରାଙ୍କ ଜାମିନ ଆବେଦନ ଉପରେ ସେପ୍ଟେମ୍ବର 30 ସୁଦ୍ଧା ଉତ୍ତର ଦାଖଲ କରିବାକୁ ହାଇକୋର୍ଟ ଏନସିବିକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ବଲିଉଡରେ ଡ୍ରଗ୍ ମାମଲାର ତଦନ୍ତ ବର୍ତ୍ତମାନ ଦୀପିକା ପାଦୁକୋନ ପାଖରେ ପହଞ୍ଚିଥିବାର ଜଣାପଡିଛି । ହ୍ବାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଛି ଯେଉଁଥିରେ ଦୀପିକା ଏବଂ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଡ୍ରଗ୍ସ ବିଷୟରେ ଆଲୋଚନା କରିଛନ୍ତି ।

ଏନସିବି କରିସ୍ମା, କୁୱାନ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ସିଇଓ ଧ୍ରୁଭ ଚିତଗୋପେକର, ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟା ସାହା ଏବଂ ତାଙ୍କ ବିଜନେସ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ପଚରାଉଚରା ପାଇଁ ଡକାଇଛନ୍ତି। ସୋମବାର ଜୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଦୀପିକାଙ୍କ ବ୍ୟତୀତ ଅଭିନେତ୍ରୀ ସାରା ଅଲି ଖାନ, ରକୁଲ ପ୍ରୀତ ସିଂ ଏବଂ ଡିଜାଇନର୍ ସିମୋନ ଖମ୍ବାଟାଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ଡକାଯାଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ 14 ରେ 34 ବର୍ଷୀୟ ସୁଶାନ୍ତଙ୍କ ମୁମ୍ବାଇ ଫ୍ଲାଟରେ ତାଙ୍କ ମୃତଦେହ ମିଳିଥିଲା। ଏନସିବି ବ୍ୟତୀତ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛନ୍ତି।

  • Tags:

Subscribe

National International State Sports Entertainment