ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଶପଥ ନେଲେ ରାଜୀବ କୁମାର ନୂଆଦିଲ୍ଲୀ, ମେ ୧୫(ଖବର ଓଡିଶା): Share story: ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଶପଥ ନେଇଛନ୍ତି ରାଜୀବ କୁମାର । ୧୯୪୮ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ ଅଫିସର ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ରବିବାର ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରି ୨୦୨୫ ଯାଏ ଦାୟିତ୍ୱରେ ରହିବେ । ସୁଶିଲ ଚନ୍ଦ୍ରା ମେ ୧୪ରେ ଅବସର ନେଇଥିଲେ । ଦୁଇ ଦିନ ପୂର୍ବେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନମନ୍ତ୍ରୀ ସୂଚନା ଦେଇଥିଲେ । ଆଗାମୀ ଦିନରେ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେହିପରି ଆଗାମୀ ସାଧାରଣ ନିର୍ବାଚନ କମିଶନର ରାଜୀବ କୁମାର ରହିବେ । କେବଳ ଲୋକସଭା ନୁହେଁ ନିକଟରେ ୩ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏ ନିର୍ବାଚନର ପରିଚାଳନାରୁ ଗୁରୁଦାୟିତ୍ୱ ତାଙ୍କ ଉପରେ ରହିଛି । ଖବର ଓଡ଼ିଶା, Reporter, 15/05/2022