‘ତେଜସ୍’ ଯୁଦ୍ଧ ବିମାନରେ ଉଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଳୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବେଙ୍ଗାଳୁରୁର ହାଲ୍ ବିମାନବନ୍ଦରରେ ପହଞ୍ଚି ଥିଲେ ମୋଦୀ । ସେଠାରେ ‘ତେଜସ୍’ ଯୁଦ୍ଧ ବିମାନରେ ବସି ଉଡାଣ ଭରିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସେ ଏକ୍ସ (ଟ୍ୱିଟ୍) କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତେଜସ୍’ରେ ସଫଳତାର ସହିତ ଉଡାଣ ପୂରଣ କରିଛି । ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ ଅତୁଳନୀୟ । ଆତ୍ମନିର୍ଭରତାରେ ଭାରତର କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜ୍ଞାନ କୌଶଳ, ହାଲ୍ ଏବଂ ଭାରତୀୟ ବାୟୁ ସେନାର ଭୂମିକାକୁ ପ୍ରଶଂସା କରିଛନ୍ତି ।
ଅଧିକ ପଢନ୍ତୁ :- ମୋଗଲଙ୍କ ଆସାମ ଅଧିକାର ସ୍ବପ୍ନ ଧୂଳିସାତ କରିଥିବା ଯୋଦ୍ଧା