ପବିତ୍ର ଭାରତବର୍ଷରେ ଏମିତି ଅନେକ ସ୍ବାଧୀନତା ସଂଗ୍ରାମୀ ଅଛନ୍ତି। ଯାହାଙ୍କ ସମ୍ପର୍କରେ ବିଶେଷ ଆଲୋଚନା ହୋଇ ନ ଥାଏ। ଏମିତିକି ତାଙ୍କ ସମ୍ପର୍କରେ ବିଶେଷ ତଥ୍ୟ ମଧ୍ୟ ଆମକୁ ମିଳିପାରି ନ ଥାଏ। ତଥାପି ସେମାନଙ୍କ ତ୍ୟଗ ଓ ବଳିଦାନ ଚିରକାଳ ପାଇଁ ସେମାନଙ୍କୁ ନମସ୍ୟ କରି ରଖିଥାଏ। ସେମିତି ଜଣେ ବୀର ଯୋଦ୍ଧା ହେଉଛନ୍ତି ଲଚିତ ବରଫୁକନ। ୧୬୨୨ ମସିହା ନଭେମ୍ବର ୨୪ ତାରିଖରେ ଭାରତର ଭୁଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ଲଚିତ।
ଲାଚିତ ବରଫୁକାନ୍, ଯାହାଙ୍କୁ ଆସାମ ଅଥବା ଉତ୍ତର-ପୂର୍ବ ଭାରତର ଶିବାଜୀ ବୋଲି ମଧ୍ୟ ସମ୍ବୋଧନ କରାଯାଇଥାଏ। ୧୭ଶ ଶତାବ୍ଦୀର ସେ ହେଉଛନ୍ତି ଜଣେ ମହାନ ତଥା ସାହସୀ ଯୋଦ୍ଧା। ଯାହାଙ୍କ ସାହସିକତା ହେତୁ ତାଙ୍କୁ ଏଭଳି ନାଁ ଦିଆଯାଇଛି। ସେ ମୋଗଲମାନଙ୍କ ବିରୋଧରେ ଆସାମର ସରାଇଘାଟଠାରେ ନିର୍ଣ୍ଣାୟକ ଯୁଦ୍ଧ ଲଢିଥିଲେ। ଯେଉଁଥିପାଇଁ ଔରଙ୍ଗଜେବଙ୍କ ମୋଗଲ ସୖନ୍ୟ ଆସାମ ଅଧିକାର କରିବାର ସ୍ବପ୍ନ ଧୁଳିସାତ୍ ହୋଇଯାଇଥିଲା। ଯଦିଓ ଏହି ମହାନ ଯୋଦ୍ଧାଙ୍କ କୌଣସି ଚିତ୍ର ଆଜି ଉପଲବ୍ଧ ନାହିଁ। ତଥାପି ତା ନାଁ ହିଁ କେବଳ ଆସାମର ବିରତ୍ବ ବଖାଣୁଛି।
ବ୍ରହ୍ମପୁତ୍ର ନଦୀ ମଧ୍ୟରେ ବିଶାଳ ମୋଗଲ ସେନାକୁ ପରାଜିତ କରି ଅହମିଆ ସାମ୍ରାଜ୍ୟର ଅସ୍ମିତା ରକ୍ଷା କରି ବିଜୟ ବୈଜୟନ୍ତୀ ଉଡାଇଥିଲେ। ଯାହାଙ୍କ ଶୌର୍ଯ୍ୟ,ସାହସ,ସ୍ୱାଭିମାନ,ସମର୍ପଣ ଓ ରାଷ୍ଟ୍ରଭକ୍ତି ସବୁବେଳେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ୧୬୧୭ ମସିହାରେ ଯେଉଁ ସରାଇଘାଟ ଯୁଦ୍ଧ ହୋଇଥିଲା, ତାହା ହେଉଛି ସ୍ବାଧୀନତା ପୂର୍ବର ସବୁଠାରୁ ବଡ଼ ଯୁଦ୍ଧ ଥିଲା। ଯେଉଁଥିରେ ମୋଗଲମାନେ ହାରିଯାଇଥିଲେ।
ଲାଚିଟ୍ ବାରଫୁକାନ୍ ଅହମିଆ ରାଜ୍ୟର ଜଣେ ଅଧିକାରୀ ସେଙ୍ଗ କାଲୁକ ମୋସାଇ ଏବଂ ମାତା କୁନ୍ଦି ମାରାମଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା 'ଖା ଲାଚିତ୍ ଫୁକାନଲୁଙ୍ଗ୍ । ଲାଚିତଙ୍କୁ ଅହମିଆ ସାମ୍ରାଜ୍ୟର ରାଜା ଚକ୍ରଧ୍ୱଜ ସିଂଙ୍କ ରାଜକୀୟ ଘୋଡାଶାଳ ଓ ସିମୁଲଗଡ ଦୁର୍ଗର ରକ୍ଷକ ଭାବରେ ନିଯୁକ୍ତି ଦେଇଥିଲେ। ସାହସୀ ଏବଂ ବୁଦ୍ଧିମାନ ଲାଚିତ୍ ଅଳ୍ପ ସମୟ ଭିତରେ ରାଜ୍ୟର ସେନାପତି ହୋଇପାରିଥିଲେ | 'ବାରଫୁକାନ୍' ଲାଚିତ୍ ତାଙ୍କ ନାମ ନୁହେଁ, ବରଂ ତାଙ୍କର ପଦବୀ ଥିଲା। ଯାହା ପରବର୍ତ୍ତି ସମୟରେ ତାଙ୍କ ନାଁ ଭଳି ବ୍ୟବହାର ହୋଇଛି।