ଲୋକସଭା ନିର୍ବାଚନ: କାଲି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି, ଓଡ଼ିଶାର କିଛି ସିଟ୍ ସାମିଲ
Khabar Odisha:Politics-odisha-bjp-likely-to-release-first-list-of-loksabha-polls-candidates-on-saturday
ନୂଆଦିଲ୍ଲୀ,ମାର୍ଚ୍ଚ୧୫(ଖବର ଓଡ଼ିଶା):

 ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଟିକେଟ୍ ବଣ୍ଟନ ନେଇ ଅଙ୍କକଷା ଜାରି ରହିଛି।  ପ୍ରାର୍ଥୀ ଚୟନରେ ପଛରେ ପଡ଼ିବା ପରି ଲାଗୁଥିବା ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ। ପାର୍ଟି କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକରେ ପ୍ରାର୍ଥୀଙ୍କୁ ନେଇ ନିଷ୍ପତ୍ତି ଆସିପାରେ। ଏହି ବୈଠକରେ ପିଏମ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ  ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ। ଏହି ପ୍ରାର୍ଥୀ ତାଲିକାରେ ଅଧିକାଂଶ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀଙ୍କ ନାମ ସାମିଲ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ୯୧ ସିଟରେ ହେବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କିଛି ସିଟ୍ ଉପରେ ମଧ୍ୟ ଘୋଷଣା ହୋଇପାରେ।

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର ୪୨ ସିଟ୍ ବ୍ୟତୀତ ପଶ୍ଚିମ ୟୁପି, ବିହାର, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ଓ ମହାରାଷ୍ଟ୍ର ପରି ରାଜ୍ୟଗୁଡିକର କିଛି ସିଟ୍ ମଧ୍ୟ ସାମିଲ ହୋଇପାରେ। ପ୍ରଥମ ପର୍ଯ୍ୟାୟରେ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ସବୁ ସିଟରେ ମତଦାନ ହେଉଛି। ଏହା ବ୍ୟତୀତ ଅନ୍ୟ ରାଜ୍ୟର କିଛି କିଛି ସିଟରେ ମଧ୍ୟ ପ୍ରଥମ ରାଉଣ୍ଡରେ ମତଦାନ ହେବାକୁ ଯାଉଛି।  ଦେଶର ୫୪୩ ଲୋକସଭା ସିଟରେ ୭ ପର୍ଯ୍ୟାୟରେ  ମତଦାନ ହେବ ଏବଂ ମେ ୨୩ରେ ଫଳାଫଳ ଘୋଷିତ ହେବ। 

କ୍ଷମତା ବିରୋଧୀ ହାଓ୍ଵାର ମୁକାବିଲା ପାଇଁ ବଦଳିବେ ପ୍ରାର୍ଥୀ

କୁହାଯାଉଛି ଯେ,  ପିଏମ ନରେନ୍ଦ୍ର ମୋଦୀ ଏମିତି ଅନେକ ସିଟରେ ନୂତନ ପ୍ରାର୍ଥୀ  ଦେବାକୁ ନିଷ୍ପତ୍ତି ନେଇ ପାରନ୍ତି। ଯେଉଁଠି ସାଂସଦଙ୍କ ବିରୋଧରେ ଅସନ୍ତୋଷର ମାହୋଲ ରହିଛି ସେଠାରେ ନୂତନ ପ୍ରାର୍ଥୀ ଘୋଷଣଷା କରାଯାଇପାରେ। ତେଣୁ ପାର୍ଟିର ପ୍ରଥମ ବୈଠକ ମହତ୍ଵପୂର୍ଣ୍ଣ ହେବାକୁ ଯାଉଛି। ପ୍ରଥମ ରାଉଣ୍ଡର ସିଟ୍ ବଣ୍ଟନ ପରେ ହିଁ ବିଦ୍ରୋହୀଙ୍କ ଅସନ୍ତୋଷ ଦେଖିବାକୁ ମିଳିପାରେ।

ଟିକେଟ୍ ପାଇଁ ସାଂସଦଙ୍କଠୁ ମାଗିଲେ ରିପୋର୍ଟ କାର୍ଡ

ବିଜେପି ସାଂସଦଙ୍କୁ ଟିକେଟ୍ ଦେବା ନେଇ ଅନେକ ସ୍ରୋତ ଜରିଆରେ ଲୋକଙ୍କ ପ୍ରତିକ୍ରିୟା ନେଇଛି। ଏହା ବ୍ୟତୀତ ସାଂସଦଙ୍କୁ ନିଜ କାର୍ଯ୍ୟକାଳରେ କଣ କଣ କାମ କରିଛ ତାର ପୂରା ତଥ୍ୟ ଦେବାକୁ କୁହାଯାଇଛି। ସାଂସଦଙ୍କ ରିପୋର୍ଟ କାର୍ଡ ଜରିଆରେ ନିର୍ବାଚନରେ ଟିକେଟ୍ କାହାକୁ ମିଳିବ ନମିଳିବ ତାହା ନିଷ୍ପତ୍ତି ହୋଇପାରେ। 

  • Tags:

Subscribe

National International State Sports Entertainment