ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ମୁକୁଲ ରାୟ, କହିଲେ- ପଶ୍ଚିମବଙ୍ଗରେ ପାର୍ଟିକୁ କ୍ଷମତା ଦେବା ମୋର ଦାୟିତ୍ୱ
Khabar Odisha:Politics-BJP-leader-Mukul-Roy-takes-responsibility-of-bringing-BJP-to-power-in-West-Bengal

କୋଲକାତା, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଶନିବାର କହିଛନ୍ତି, ସେ ପାଟି ନେତୃତ୍ୱ ଦ୍ୱାରା ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ଉପରେ ଥିବା ଭରସା ସହିତ ନ୍ୟାୟ ପାଇଁ ଉଦ୍ୟମ କରିବେ । ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ-ମେ’ ମାସରେ ବିଧାନସଭା ନିର୍ବାଚନ ହେବାର ଆଶଙ୍କା ରହିଛି । ଉପାଧ୍ୟକ୍ଷ ପଦରେ ନିଯୁକ୍ତି ମିଳିବା ପରେ ରାୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତି କୃତଜ୍ଞତା ଜଣାଉଛି । 

ବିଜେପି ନେତା ଶ୍ରୀ ରାୟ କହିଛନ୍ତି ଯେ, ଆସନ୍ତା ବର୍ଷ ମାର୍ଚ୍ଚ, ଏପ୍ରିଲ ଅଥବା ମେ’ ମାସରେ ବିଧାନସଭା ନିର୍ବାଚନ ହେବ । ଏଥିଲାଗି ପାର୍ଟିର ରାଜ୍ୟ ସଭାପତି ଦିଲୀପ ଘୋଷ ଓ ଅନ୍ୟ ନେତାଙ୍କ ସହିତ ମୋର ଦାୟିତ୍ୱ ବଢ଼ିଯାଇଛି । କାରଣ ବିଜେପିକୁ ପଶ୍ଚିମବଙ୍ଗରେ କ୍ଷମତା ଦେବାର ଅଛି । ଗତ କିଛି ମାସ ସମୟ ମଧ୍ୟରେ ରାୟ ଓ ଘୋଷଙ୍କ ମଧ୍ୟରେ ମତମତାନ୍ତର ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଉଭୟ ନେତା ଏହାକୁ ଖଣ୍ଡନ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ମତମତାନ୍ତର ପରେ ତୃଣମୂଳ କଂଗ୍ରେସ ଛାଡ଼ି ୨୦୧୭ରେ ବିଜେପିରେ ଯୋଗଦେଇଥିବା ରାୟଙ୍କ ପଶ୍ଚିମବଙ୍ଗରେ ବିଜେପିର ଆଧିପତ୍ୟ ବଢ଼ାଇବାରେ ବଡ଼ ଭୂମିକା ରହିବ ବୋଲି ଆଶା କରାଯାଉଛି । 

ପାର୍ଟିର ନୂଆ ରାଷ୍ଟ୍ରୀୟ ପଦାଧିକାରୀଙ୍କ ଘୋଷଣା କରି ବିଜେପି ନେତୃତ୍ୱ ୨୦୧୯ ମାର୍ଚ୍ଚରେ ତୃଣମୂଳ କଂଗ୍ରେସ ଛାଡ଼ି ପାର୍ଟିରେ ସାମିଲ ହୋଇଥିବା ପୂର୍ବତନ ସାଂସଦ ଅନୁପମ ହାଜରାଙ୍କୁ ମଧ୍ୟ ରାଷ୍ଟ୍ରୀୟ ସଚିବ ଦାୟିତ୍ୱ ଦିଆଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦ୍ୱାରା ଘୋଷିତ ନୂଆ ପଦାଧିକାରୀରେ ଦାର୍ଜିଲିଂରୁ ସାଂସଦ ରାଜୁ ବିସ୍ତାଙ୍କ ନାମ ମଧ୍ୟ ସାମିଲ ରହିଛି । ତାଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି । 

 

  • Tags:

Subscribe

National International State Sports Entertainment