ନୂଆଦିଲ୍ଲୀ: ୧୮୭୫ ମସିହାରେ ବ୍ରିଟିଶ ଶାସନ କାଳରେ ସ୍ଥାପିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜାନୁଆରୀ୧୫ ରେ ଏହାର ପ୍ରତିଷ୍ଠାର ୧୫୦ ବର୍ଷ ପୂରଣ କରିବାକୁ ଯାଉଛି। ଏକ ସାମାନ୍ୟ ଆରମ୍ଭରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ, ଆଇଏମଡି ୧୫୦ ବର୍ଷର ଲମ୍ବା ଯାତ୍ରା କରିଛି।
୧୮୬୪ ମସିହାରେ କଲିକତା (ବର୍ତ୍ତମାନ କୋଲକାତା)ରେ ପ୍ରଳୟଙ୍କରୀ ବାତ୍ୟା ଏବଂ ୧୮୬୬ ଓ ୧୮୭୧ରେ କ୍ରମାଗତ ମୌସୁମୀର ପୂର୍ବାନୁମାନ କରିବାରେ ବିଫଳତା ପରେ ଏହା ଗଠନ ହୋଇଥିଲା। କିନ୍ତୁ ଆଜି ଏହା ବିଶ୍ୱର ଶ୍ରେଷ୍ଠ ପାଣିପାଗ ଏଜେନ୍ସି ଭାବେ ମାନ୍ୟତା ପାଇଛି।
୧୮୭୫ ମସିହାରେ କିଛି ବର୍ଷା ମାପକରୁ ଆରମ୍ଭ କରି ବିଶ୍ୱର ଶ୍ରେଷ୍ଠ ପାଣିପାଗ ଏଜେନ୍ସିମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପର୍ଯ୍ୟନ୍ତ ଆଇଏମଡି ଏକ ସରଳ ସେଟଅପ୍ରୁ ଏକ ଅତ୍ୟାଧୁନିକ ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ଯାଇ ପୂର୍ବାନୁମାନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହୋଇପାରିଛି।
ଜାନୁଆରୀ ୧୪ ତାରିଖ ମଙ୍ଗଳବାର ଭାରତ ମଣ୍ଡପରେ ଆଇଏମଡିର ୧୫୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶକୁ 'ପାଣିପାଗ ସହନଶୀଳ ଏବଂ ଜଳବାୟୁ ସ୍ମାର୍ଟ' ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ସେ 'ମିଶନ ମୌସମ'ର ଶୁଭାରମ୍ଭ କରିବେ।
ପାଣିପାଗ ଅନୁକୂଳନ ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳନ ପାଇଁ ସେ ଆଇଏମଡି ଭିଜନ ୨୦୪୭ ଡକ୍ୟୁମେଣ୍ଟ ମଧ୍ୟ ଉନ୍ମୋଚନ କରିବେ । ଏଥିରେ ପାଣିପାଗ ପୂର୍ବାନୁମାନ, ପାଣିପାଗ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ଯୋଜନା ଅନ୍ତର୍ଭୁକ୍ତ। ଏହି ଅବସରରେ ୧୫୦ ଟଙ୍କିଆ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ମଧ୍ୟ ଉନ୍ମୋଚନ କରାଯିବ।
ପାଣିପାଗ ପୂର୍ବାନୁମାନରେ ଦକ୍ଷତା
-ତତ୍କାଳୀନ ଭାରତ ସରକାରଙ୍କ ପ୍ରଥମ ପାଣିପାଗ ରିପୋର୍ଟର ଥିଲେ ଏଚ୍ଏଫ୍ ବ୍ଲାଣ୍ଡଫୋର୍ଡ
-୭୭ଟି ବର୍ଷା ମାପକଙ୍କ ତଥ୍ୟକୁ ବ୍ୟବହାର କରି ସେ ପ୍ରଥମ ବୃଷ୍ଟିପାତ ମାନଚିତ୍ର ପ୍ରସ୍ତୁତ କରିଥିଲେ
-ଆଇଏମ୍ଡି ପାଖରେ ରହିଛି ୩୯ଟି ଡପ୍ଲର ପାଣିପାଗ ରାଡାର, କ୍ଲାଉଡ୍ ଅପଡେଟ୍ ପ୍ରଦାନ କରୁଥିବା ଇନସାଟ୍ ଉପଗ୍ରହ
-ସେହିପରି ୮୦୬ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର, ୨୦୦ଟି କୃଷି-ଏଡବ୍ଲ୍ୟୁଏସ୍ ଏବଂ ୫,୮୯୬ଟି ବୃଷ୍ଟିପାତ ନିରୀକ୍ଷଣ କେନ୍ଦ୍ର ରହିଛି।
-୮୩ଟି ବଜ୍ରପାତ ସେନ୍ସର, ୬୩ଟି ପାଇଲଟ ବେଲୁନ୍ ଷ୍ଟେସନର ଏକ ଶକ୍ତିଶାଳୀ ନେଟୱାର୍କ ପରିଚାଳିତ ହେଉଛି।
-ଗମ୍ଭୀର ପାଣିପାଗ ଆକଳନ, ୬ ମିନିଟ୍ ସାଇକ୍ଲୋନ୍ ସ୍କାନ୍, ଉନ୍ନତ ସାଟେଲାଇଟ୍ ସିଷ୍ଟମ୍ ଆଦି ପ୍ରମୁଖ ଅଗ୍ରଗତି
-ଉନ୍ନତ ସଂଖ୍ୟାଗତ ପାଣିପାଗ ପୂର୍ବାନୁମାନ ମଡେଲ କିଛି ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ପାଣିପାଗ ପୂର୍ବାନୁମାନ ପ୍ରଦାନ କରେ
ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ୬ଟି ଟିମ୍ ଘୋଷିତ