ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଭି. ନାରାୟଣମ୍ । ଏସ୍ ସୋମନାଥଙ୍କ ଅବସର ପରେ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିପାର୍ଟମେଣ୍ଟ ଅପ୍ ସ୍ପେସର ସଚିବ ସହିତ ସେ ସ୍ପେସ୍ କମିଶନର ଅଧ୍ୟକ୍ଷ ରହିବେ । ଭି. ନାରାୟଣମ୍ ଇସ୍ରୋ ମୁଖ୍ୟ ଭାବେ ୨ ବର୍ଷ ଦାୟିତ୍ୱରେ ରହିବେ ।
ଭି.ନାରାୟଣନ୍ ପ୍ରାୟ ୪୦ ବର୍ଷ ଧରି ଭାରତୀୟ ମହାକାଶ ଗବେଷଣା ସହ ଜଡିତ। ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ନାରାୟଣନଙ୍କର ଏକ ପ୍ରମୁଖ ସଫଳତା ହେଉଛି GSLV Mk III ଯାନର C25 କ୍ରିଏଜେନିକ୍ ପ୍ରୋଜେକ୍ଟ ପାଇଁ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରିଛନ୍ତି । ଆଦିତ୍ୟ ମହାକାଶଯାନ, GSLV Mk-III ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -୩ ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ ।
କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମଟେକ ସହ ଆଇଆଇଟି ଖଡ଼ଗପୁରରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି ଭି. ନାରାୟଣନ । ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । ୨୦୧୮ରୁ ସେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି ।
ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ ତାଙ୍କର ଦୁଇ ବର୍ଷ କାର୍ଯ୍ୟଭାର ଶେଷ ହେବାକୁ ଯାଉଛି । ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେବା ସହ ଭାରତର ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍-୧’ର ଲଞ୍ଚିଂ ବି କରିଛନ୍ତି ।