ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଶୀତ ବଢ଼ୁଥିବାରୁ ବୟସ୍କ ଓ ଶିଶୁମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତିନି ଦିନ ତଳେ ଦିଲ୍ଲୀ-ଏନସିଆରରେ ହୋଇଥିବା ବର୍ଷା ଶୀତକୁ ଆହୁରି ବଢ଼ାଇ ଦେଇଛି। ଘନ କୁହୁଡ଼ି ଯୋଗୁଁ ଏହି ଅଞ୍ଚଳରେ ସାଧାରଣ ଜନଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ସକାଳେ ଦିଲ୍ଲୀରେ କୁହୁଡ଼ି ପଡ଼ିବାରୁ ଗାଡ଼ିଗୁଡ଼ିକ ନିଜ କାର୍ ଲାଇଟ୍ ଜଳିବାକୁ ବାଧ୍ୟ ହୋଇଥିଲେ। ସେପଟେ ପ୍ରଦୂଷଣ କଥା କହିବାକୁ ଗଲେ ଆଜି କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ଦିଲ୍ଲୀ-ଏନସିଆରଅଞ୍ଚଳରେ ଏକ୍ୟୁଆଇ ୨୫୦ ତଳେ ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ସକ୍ରିୟ ପଶ୍ଚିମ ବିକ୍ଷୋଭ ଯୋଗୁଁ ସନ୍ଧ୍ୟା କିମ୍ବା ରାତିରେ ସାମାନ୍ୟ ବର୍ଷା ହୋଇପାରେ। ଏହାପରେ ଗୁରୁବାର ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
କୁହୁଡ଼ି ଯୋଗୁଁ ମଙ୍ଗଳବାର ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଅଭିମୁଖେ ଯାଉଥିବା ୫୦ରୁ ଅଧିକ ଦୂରଗାମୀ ଟ୍ରେନ୍ ବିଳମ୍ବରେ ଚାଲିଛି। ଅଧିକାଂଶ ଲୋକାଲ ଟ୍ରେନ୍ ମଧ୍ୟ ବିଳମ୍ବରେ ଚାଲୁଥିବାରୁ ଦୈନିକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗନ୍ତବ୍ୟସ୍ଥଳରେ ବିଳମ୍ବରେ ପହଂଚିବା କାରଣରୁ ଅନେକ ଟ୍ରେନର ପ୍ରସ୍ଥାନ ସମୟ ପରିବର୍ତ୍ତନ କରିବାକୁ ପଡୁଛି। ଆନନ୍ଦ ବିହାର ଟର୍ମିନାଲ-ସହରସା ଗରିବରଥ ଏକ୍ସପ୍ରେସ ୩.୧୫ ଘଣ୍ଟା, ଦିଲ୍ଲୀ ସରାଇ ରୋହିଲ୍ଲା-ଯୋଧପୁର ଏକ୍ସପ୍ରେସ ୧.୫ ଘଣ୍ଟା ଏବଂ ନୂଆଦିଲ୍ଲୀ-ସୋଗରିଆ ସୁପରଫାଷ୍ଟ ଏକ୍ସପ୍ରେସ ୧.୫ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିଲା।
ବିହାର ସମ୍ପର୍କ କ୍ରାନ୍ତି – ୩ ଘଣ୍ଟା
ଶ୍ରମ ଶକ୍ତି ଏକ୍ସପ୍ରେସ୍ -୨ ଘଣ୍ଟା
ଗୋରଖଧାମ ଏକ୍ସପ୍ରେସ - ୫ ଘଣ୍ଟା
ବୈଶାଳୀ ଏକ୍ସପ୍ରେସ -୪ ଘଣ୍ଟା
ପ୍ରୟାଗରାଜ-ଆନନ୍ଦ ବିହାର ଟର୍ମିନାଲ ହମସଫର - ୪ ଘଣ୍ଟା
ପ୍ରୟାଗରାଜ ଏକ୍ସପ୍ରେସ - ୪ ଘଣ୍ଟା
ରାଜେନ୍ଦ୍ର ନଗର-ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସ - ୩ ଘଣ୍ଟା
ପୂର୍ବା ଏକ୍ସପ୍ରେସ - ୫ ଘଣ୍ଟା
ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ୍ -୩ ଘଣ୍ଟା
ଶିବ ଗଙ୍ଗା ଏକ୍ସପ୍ରେସ୍ - ୩ ଘଣ୍ଟା
ଜୟ ନଗର-ଆନନ୍ଦ ବିହାର ଟର୍ମିନାଲ ଗରିବ ରଥ ଏକ୍ସପ୍ରେସ୍ -୨ ଘଣ୍ଟା
କୈଫିୟାତ୍ ଏକ୍ସପ୍ରେସ୍ -୪ ଘଣ୍ଟା
କାଶୀ ବିଶ୍ୱନାଥ ଏକ୍ସପ୍ରେସ - ୩ ଘଣ୍ଟା
ଶ୍ରମଜୀବୀ ଏକ୍ସପ୍ରେସ - ୪ ଘଣ୍ଟା
ଅଧିକ ପଢ଼ନ୍ତୁ: ଉତ୍ତର ଭାରତରେ ପ୍ରବଳ ଥଣ୍ଡାରୁ ମୁକ୍ତି ମିଳୁନି