ନୂଆଦିଲ୍ଲୀ: ଲୋହରୀ ପାଳିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଦିଲ୍ଲୀର ନାରାୟଣା ଗାଁରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଏବଂ ଫଟୋ ପୋଷ୍ଟ କରି ଲୋହରୀ ଓ ପୋଙ୍ଗଲର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ସାରା ଦେଶରେ ଲୋହରୀ ବିଶେଷ ମହତ୍ୱ ରହିଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବ ରାତିରେ ଲୋକେ ଏହାକୁ ପାଳନ କରିଥାନ୍ତି । ଲୋହରୀ ଦିନ ଅଗ୍ନି ଜାଳି ମହାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଦିନ କୃଷକ ମାନେ ଅଗ୍ନିରେ ନୂଆ ଫସଲ ଫସଲ ଉତ୍ସଗ କରନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମଧ୍ୟ ଗାଁରେ ଲୋହରୀର ପବିତ୍ର ଅଗ୍ନି ସଂଯୋଗ କରିଥିଲେ । ଏହା ସହ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ କେନ୍ଦ୍ରମନ୍ତ୍ରୀ ଜି. କ୍ରିଷ୍ଣାରେଡୀଙ୍କ ବାସଭବନକୁ ଯାଇ ପୋଙ୍ଗଲ ଉତ୍ସବରେ ସାମିଲ ହୋଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଅଭିନେତା ଚିରଞ୍ଜିବି, କେନ୍ଦ୍ରମନ୍ତ୍ରୀ ଏଲ୍. ମୁରଗନ ଓ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।